ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲାରୁ ନାମାଙ୍କନ ପତ୍ର ଦାଖଲ କଲେ ୩ ପ୍ରାର୍ଥୀ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି - ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ମାର୍ଚ୍ଚ ୨ରୁ ଆରମ୍ଭ ହୋଇଛି । ଆଜି ଚତୁର୍ଥ ଦିନରେ ମୋଟ ୩ ଜଣ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ଏସୟୁସିଆଇ ପ୍ରାର୍ଥୀ ପିତାମ୍ବର  ନାଏକ ରହିଥିବା ବେଳେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ନବ ଚରଣ ମାଝି ଓ ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଅମର ସିଂ ଟୁଡ଼ୁ ରହିଛନ୍ତି । ଆଜି ବାରିପଦାଠାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ରହିଥିବା ରିଟର୍ଣ୍ଣିଂ ଅଧିକାରୀ ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଆବୁଲୀ ସୁନାଲୀ ନରୱାନେଙ୍କ ନିକଟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ନିମନ୍ତେ ଏସୟୁସିଆଇ(କମୁ୍ୟନିଷ୍ଟ) ପ୍ରାର୍ଥୀ ଶ୍ରୀନାଏକ ତାଙ୍କର ୩ ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଶ୍ରୀଟୁଡ଼ୁ ସମର୍ଥକମାନଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଫିସର ତଥା ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ବିଜେଡ଼ିର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡି ପ୍ରମୁଖଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।  ଏଥିସହିତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥ୍ରୀ ଶ୍ରୀମାଝି ସ୍ଥାନୀୟ ସରସ୍ୱତୀ ବିଦ୍ୟାମନ୍ଦିର ଛକରୁ ବିଜେପିର ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା ସଭାପତି ନବୀନ ରାମ, ରାଜ୍ୟ ଟସର ନିଗମର ପୂର୍ବତନ ଅଧ୍ୟକ୍ଷ ସଞ୍ଜିବ ମହାନ୍ତି, ରାମଚନ୍ଦ୍ର ହାଁସଦାଃ, ଫାଗରାମୁ ମାର୍ଣ୍ଡି, ବିଜୟ ନାଏକ, ଯଦୁରାମ ମୁର୍ମୁ ପ୍ରମୁଖଙ୍କ ସହ ଏକ ବିରାଟ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ରିଟର୍ଣ୍ଣ ଅଫିସର ତଥା ଉପଜିଲ୍ଲାପାଳ ଶ୍ରୀବେହେରାଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ବିଜେପି ଓ ବିଜେଡ଼ି ପକ୍ଷରୁ ନାମାଙ୍କନପତ୍ର ଦାଖଲ ସମୟରେ ରାଇରଙ୍ଗପୁର ସହରରେ ଟ୍ରାଫିକ ବ୍ୟବସ୍ଥା କିଛି ସମୟ ନିମନ୍ତେ ବାଧାପ୍ରାପ୍ତ ହୋଇଥିଲା ଓ  ଗାଡ଼ିମୋଟର ନିୟନ୍ତ୍ରଣ କରିବା କ୍ଷେତ୍ରରେ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । 

 

 

 

 

 

0
0
0
s2sdefault