ହେଡଲାଇନସ୍:

ଗୁଜବ୍ ରେ ବିଶ୍ୱାସ ନ କରିବା ପାଇଁ ଉପଜିଲ୍ଲାପାଳଙ୍କ ପରାମର୍ଶ (ଭଞ୍ଜନଗର)ଏଲ୍. ପି.ଜି ସହ ପେଟ୍ରୋଲ ଓ ଡିଜେଲ ମହଜୁଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର, ତା.୧୪.୦୩.୨୦୨୬ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯେତିକି ଯେତିକି ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ନେଇଁ ଖାଉଟି ସେତିକି ବିଚଳିତ ହେବାରେ ଲାଗିଛନ୍ତି। ଚାରିଆଡ଼େ ଏବେ ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସକୁ ନେଇ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ଗୁଜବ ସୃଷ୍ଟି ହେବାରେ ଲାଗିଛି। ଏହାର ପରିଣାମ ସାଧାରଣ ଖାଉଟି ଭୋଗୁଥିବା ବେଳେ କିଛି ଅସାଧୁ ବେପାରୀ ଏଥିରୁ ଫାଇଦା ନେବା ପାଇଁ ପ୍ରୟାସ ଚଳାଇଛନ୍ତି। ଏଣୁ ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଶନିବାର ଉପଖଣ୍ଡର ବିଭିନ୍ନ ଗ୍ୟାସ୍ ଗୋଦାମ୍ ଓ ହୋଟେଲ ରେ ଚଢାଉ କରି ଯାଞ୍ଚ କରାଯାଇଛି।

ପ୍ରଶାସନର ସୂଚନା ମୁତାବକ ଭଞ୍ଜନଗର ଉପଖଣ୍ଡରେ ୨ ଲକ୍ଷ ୫୨ ହଜାର ୮୯୨ ଜଣ ଘରୋଇ ଓ ୧୦୫୩ ଜଣ ବାଣିଜ୍ୟିକ ଗ୍ୟାସ ଉପଭୋକ୍ତା ଥିବାବେଳେ ଶନିବାର ସୁଦ୍ଧା ଉପଖଣ୍ଡର ଆସିକାରେ ୯୨୬ ଟି ଘରୋଇ ଓ ୧୯୧ଟି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମହଜୁଦ ରହିଛି। ସେହିପରି ବେଲଗୁଣ୍ଠାରେ ୪୩୨ଟି ଘରୋଇ ଓ ୫୮ଟି ବାଣିଜ୍ୟିକ, ଭଞ୍ଜନଗରରେ ୮୬୬ଟି ଘରୋଇ ଓ ୧୯ଟି ବାଣିଜ୍ୟିକ, ବୁଗୁଡାରେ ୬୧୧ଟି ଘରୋଇ ଓ ୨୮ଟି ବାଣିଜ୍ୟିକ, ଧରାକୋଟରେ ୮୦୨ଟି ଘରୋଇ ଓ ୯ଟି ବାଣିଜ୍ୟିକ, ଜଗନ୍ନାଥପ୍ରସାଦରେ ୩୩୮ଟି ଘରୋଇ ଓ ୧୬୬ଟି ବାଣିଜ୍ୟିକ, ଶେରଗଡରେ ୩୫୧ଟି ଘରୋଇ ଓ ଗୋଟିଏ ବାଣିଜ୍ୟିକ ଏବଂ ସୋରଡ଼ାରେ ୬୮୬ଟି ଘରୋଇ ଓ ୧୫ଟି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମହଜୁଦ୍ ରହିଛି। କଳାବଜାରୀ ରୋକିବା ସହ ଶୃଙ୍ଖଳିତ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ବଣ୍ଟନ ପାଇଁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଙ୍କ ନିର୍ଦେଶ କ୍ରମେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକାଧିକ ଟିମ ଗଠନ କରାଯାଇଛି । ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଏସ୍ ଆଇ ଲଷ୍ମୀଧର ମହାନ୍ତି, ଭଞ୍ଜନଗର ଯୋଗାଣ ନିରୀକ୍ଷକ ଶୁଭଶ୍ରୀ ବନଜା ଜେନା ଙ୍କୁ ନେଇ ଗଠିତ ଏକ ଟିମ୍ ଶନିବାର ଭଞ୍ଜନଗରର ବିଭିନ୍ନ ଗ୍ୟାସ ଦୋକାନ ,ଗୋଦାମ୍ ଓ ହୋଟେଲ ରେ ଚଢାଉ କରିଛନ୍ତି। ସେହିପରି ଜଗନ୍ନାଥପ୍ରସାଦ ବ୍ଲକର ବିଭିନ୍ନ ସ୍ଥାନରେ ମଧ୍ୟ ଯାଞ୍ଚ କରାଯାଇଛି। ବର୍ତ୍ତମାନ ଉପଖଣ୍ଡ ରେ ପ୍ରଚୁର ଗ୍ୟାସ, ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି। କୈ।ଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଗ୍ୟାସ କଳାବଜାରୀ କଲେ କଡା କାର୍ଯାନୁଷ୍ଠାନ ନିଆଯିବ। ଏବଂ ଆଗାମୀ ଦିନରେ ଏହି ଚଢ଼ାଉ ଜାରି ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି।
କିନ୍ତୁ ସାଧାରଣ ଜନତାଙ୍କ କହିବା ଅନୁଯାୟୀ ପୂର୍ବେ ୨୦/୨୧ ଦିନରେ ଗ୍ୟାସ ସିଲିଣ୍ଡର ବୁକିଂ ହେଉଥିଲା କିନ୍ତୁ ଏବେ ୨୫ ଦିନର ଅବଧି ବୃଦ୍ଧି ପାଇଛି। ଏବଂ ଅନେକ ଜନସାଧାରଣ ଗ୍ୟାସ୍ ବୁକିଂ ହେଉନଥିବା ବା ସେ ସାଇଟ୍ ଲକ୍ ଥିବା ଅଭିଯୋଗ ଆଣିଛନ୍ତି

0
0
0
s2sdefault