ହେଡଲାଇନସ୍:

ଚଳିତ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ  ‘ହିନ୍ଦୁ ଆଧ୍ୟାତ୍ମିକ ସେବା ମେଳା’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାଠୁ ଦୂରେଇଯାଉଥିବା ଯୁବପୀଢ଼ିକୁ ଆମ ପରମ୍ପରା ପ୍ରତି ଆକୃଷ୍ଟ କରିବା ମେଳାର ଉଦ୍ଦେଶ୍ୟ : ମୁରଲୀ ଶର୍ମା

ଏଥର ପ୍ରଦର୍ଶନୀ  ପଡିଆରେ, ଲାଗିବ ୧୫୦ ରୁ ଅଧିକ ଷ୍ଟଲ

‘ଦ୍ୱିତୀୟ ଭଏସ୍ ଅଫ୍ ୟୁନିଟ୍’ କାର୍ଯ୍ୟକ୍ରମର ସଫଳତା ପାଇଁ ଜଣାଇଲେ କୃତଜ୍ଞତା 

Manasi Mishra/bhubaneswar : ଗତବର୍ଷ ଭଳି ଏ’ବର୍ଷ  ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସେବା ସଂସ୍ଥାଗୁଡ଼ିକ ନିଜର ସେବା କାର୍ଯ୍ୟକୁ ‘ଆଇ.ଏମ୍.ସିଟି., ଓଡ଼ିଶା ଦ୍ୱାରା ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ହିନ୍ଦୁ ଆଧ୍ୟାତ୍ମିକ ସେବା ମେଳା’ରେ ପ୍ରଦର୍ଶିତ କରିବା ନିମନ୍ତେ ରାଜଧାନୀରେ ପହଞ୍ଚôବାରେ ଲାଗିଥିବାର ଦେଖାଯାଉଛି  । ଉକ୍ରଳ ସାମ୍ବାଦିକ ଭବନରେ ଫାଉଣ୍ଡେସନ୍ ପକ୍ଷରୁ ଆଜି ସନ୍ଧ୍ୟାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଆଇ.ଏମ୍.ସି.ଟି., ଓଡ଼ିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା ଏହି ମହାର୍ଘ୍ୟ  ମେଳାର ଲକ୍ଷ ସମ୍ପର୍କରେ ସୂଚନା ଦେଇ ସନାତନ ଧର୍ମର ମୂଳମନ୍ତ୍ର, ସେବା କାର୍ଯ୍ୟ କରୁଥିବା ସଂଗଠନ ସମୂହର ମହନୀୟ କ୍ରିୟାକଳାପକୁ ବିଶ୍ୱ ଗବାକ୍ଷରେ ତୋଳି ଧରିବା ପାଇଁ ଏ ମେଳାର ଆୟୋଜନ ବୋଲି ସ୍ପଷ୍ଟ କରିଥିଲେ  । ସମସ୍ତ ବିଶ୍ୱର ସେବାକାର୍ଯ୍ୟରେ ନିମଗ୍ନ ବିଭିନ୍ନ ହିନ୍ଦୁ ସେବା ସଂସ୍ଥାର କାର୍ଯ୍ୟାବଳୀକୁ ଆନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱ ଦିଆଯାଉନଥିବାରୁ କ୍ଷୋଭ ପ୍ରକାଶ କରି ପାଶ୍ଚାତ୍ୟ ଜୀବନଶୈଳୀ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାଠଶରୁ କ୍ରମଶଃ ଦୂରେଇଯାଉଥିବା ଯୁବପୀଢ଼ିକୁ ପୁନଶ୍ଚ ଆମ ପରମ୍ପରା ପ୍ରତି ଆକୃଷ୍ଟ କରିବାପାଇଁ ଏଭଳି ମେଳା ନିଶ୍ଚୟ ସାହାଯ୍ୟ କରିବ ବୋଲି ଶ୍ରୀ ଶର୍ମା ଆଶା ପୋଷଣ କରିଥିଲେ  । ମଙ୍ଗଳବାର ଦିନ ୨ଟା ୪୫ମିନିଟ ଦୁଇନମ୍ବର  ବଡ଼ ଦେଉଳରୁ ମହାପ୍ରଭୁଙ୍କ ସେବକବୃନ୍ଦଙ୍କ ଦ୍ୱାରା ଅଣାଯାଇଥିବା ଶ୍ରୀଜଗନ୍ନାଥଙ୍କ ‘ପ୍ରସାଦମାଳା’କୁ ସ୍ୱାଗତ କରାଯାଇ ଶଙ୍ଖ ଓ ଘଣ୍ଟଧ୍ୱନୀ ତଥା ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ବିରାଟ ପଟୁଆରରେ ମାଷ୍ଟର କ୍ୟାଣ୍ଟିନ୍, ରାମମନ୍ଦିର ଛକ ବାଟେ ମେଳାସ୍ଥଳକୁ ପାଛୋଟି ନିଆଯିବ  । ମଞ୍ଚ ଉପରେ କଳସ ସ୍ଥାପନା, ଶ୍ରୀଜଗନ୍ନାଥ ପୂଜନ ତଥା ଗୋ’ମାତା, ଗୁପ୍ତଗଙ୍ଗା ବୈତରଣୀ ଓ ବୃକ୍ଷକୁ ନେଇ ପ୍ରକୃତି ପୂଜନ ପରେ ଅପରାହ୍ନ ୫ଟା ୩୦ ମିନିଟ୍ ସମୟରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ବେଦଧ୍ୱନୀ ମଧ୍ୟରେ ମୁଖ୍ୟ ଅତିଥି ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମେଳା ଉଦ୍ଘାଟନ ଏବଂ ଏଚ୍.ଏଚ୍.ଏସ୍.ଏଫ୍.ର ଅଖିଳ ଭାରତୀୟ ସହସେବା ପ୍ରମୁଖ ଶ୍ରୀ ଗୁଣବନ୍ତ ସିଂହ କୋଠାରୀ ଓ ଟ୍ରଷ୍ଟି ରାଜଲକ୍ଷ୍ମୀଙ୍କ ଦ୍ୱାରା ଷ୍ଟଲ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି  । ନାରୀ ସମ୍ମାନର ପ୍ରତୀକ ରୂପେ ‘କନ୍ୟା ପୂଜନ’ କାର୍ଯ୍ୟକ୍ରମରେ, ବୁଧବାର ସକାଳ ୧୦ଟାରେ ୫୦୦ରୁ ଉଦ୍ଧ୍ୱର୍ ବାଳିକାଙ୍କୁ ପୂଜା କରାଯିବ ଓ ଛୋଟ ପିଲାମାନେ ଜଗନ୍ନାଥାଷ୍ଟକମ୍ ଇତ୍ୟାଦି ଗାଇବେ  । ଗୁରୁବାର ସକାଳ ୧୦ଟାରେ ‘ଆଚାର୍ଯ୍ୟ ବନ୍ଦନ’ କାର୍ଯ୍ୟକ୍ରମରେ ୫୦୦ ଶିକ୍ଷକ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂଜିତ ହେବେ  । ଉଦ୍ୟାପନୀ ଦିବସ ଅଥାତ୍ ଶୁକ୍ରବାର ସକାଳେ ପିଲାମାନଙ୍କ ଦ୍ୱାରା ମେଳାସ୍ଥଳରେ ଯୋ, ପ୍ରାଣାୟାମ ପରେ ଅପରାହ୍ନରେ ଚିତ୍ତାକର୍ଷକ ପିରାମିଡ଼୍ ପ୍ରଦର୍ଶନ ହେବ  । ପରେ ପରେ ‘ପରମବୀର-ବନ୍ଦନା’ କାର୍ଯ୍ୟକ୍ରମରେ ସର୍ବୋଚ୍ଚ ସେନା ପୁରସ୍କାରପ୍ରାପ୍ତ, ଭାରତମାତାର ସୁଯୋଗ୍ୟ ସନ୍ତାନମାନଙ୍କୁ ପୂଜନର କାର୍ଯ୍ୟକ୍ରମ ରହିଛି  । ପାରିବାରିକ ଓ ସାମାଜିକ ମୂଲ୍ୟବୋଧର ସୂଚକ ସ୍ୱରୂପ ‘ମାତୃ-ପିତୃ ପୂଜନ’ କାର୍ଯ୍ୟକ୍ରମ ରହିଛି  । ପାରିବାରିକ ଓ ସାମାଜିକ ମୂଲ୍ୟବୋଧର ସୂଚକ ସ୍ୱରୂପ ‘ମାତୃ-ପିତୃ ପୂଜନ’ କାର୍ଯ୍ୟକ୍ରମରେ, ସନ୍ଧ୍ୟାରେ ଅନୁ୍ୟନ ୮୦୦ ପରିବାରର ଚାରି ପୀଢ଼ିର ବରିଷ୍ଠମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କ ଦ୍ୱାରା ପୂଜନ କରାଯିବାପରେ ମେଳା ସମାରୋପର ନିର୍ଘଣ୍ଟ ରହିଛି  । ଚାରିଦିନଯାକ, ପ୍ରତି ସନ୍ଧ୍ୟାରେ, କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁରସ୍କାର ବଣ୍ଟନ ଓ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା କଳାକାରଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ରହିଛି  । ଗତ ୧୨ ତାରିଖରେ ଓୟୁଏଟି ପଡ଼ିଆରେ ଫାଉଣ୍ଡେସନର ‘ଦ୍ୱିତୀୟ ଭଏସ୍ ଅଫ୍ ୟୁନିଟ୍’ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ, ଅଭିବାବକ, ଗୁରୁଜୀ, ଗୁରୁମା’ ତଥା ସାମ୍ବାଦିକ ବନ୍ଧୁମାନଙ୍କର ଅକୁଣ୍ଠ ସହଯୋଗ ଯୋଗୁଁ ସଫଳ ହୋଇପାରିଥିଲା ବୋଲି ଆଇ.ଏମ୍.ସି.ଟି ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦକ, ଦେବ ପ୍ରସାଦ ମିଶ୍ର କହିଥିଲେ  । ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସମବେତ କଣ୍ଠରେ ‘ବନେ୍ଦ ମାତରଂ’ ଗାନ ଓ ମେଜର ଜେନେରାଲ ଗଗନଦୀପ୍ ବକ୍ସିଙ୍କ ଶିହରଣକାରୀ ବକ୍ତୃତା ଉକ୍ତ କାର୍ଯ୍ୟକ୍ରମଟିକୁ ଚିର ସ୍ମରଣୀୟ ରଖିବ ବୋଲି ଶ୍ରୀ ମିଶ୍ର କହିଥିଲେ  । ମାସାଧିକ କାଳ ଧରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଇନିସିଏଟିଭ୍ ଫର ମୋରାଲ ଏଣ୍ଡ କଲଚରାଲ ଟ୍ରେନିଂ ଫାଉଣ୍ଡେସନ୍ (ଆଇଏମ୍ସିଟି) ଓଡ଼ିଶା ଆନୁକୂଲ୍ୟରେ ଚାଲିଆସିଥିବା କ୍ରୀଡ଼ା, ସଙ୍ଗୀତ, ନୃତ୍ୟ, ଏକାଙ୍କିକା, କୌତୁକ ବେଶ, ନୃତ୍ୟନାଟିକା, ରାମଚରିତ ମାନସ, ଚୌପାୟୀ, ଭାଗବତ, ତର୍କ, ରଚନା ଲିଖନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ , ଶ୍ଳୋକ ଆବୃତ୍ତି, ଭୂ-ଅଳଙ୍କରଣ ଓ ଝୋଟି ଆଦି ପ୍ରତିଯୋଗୀତା ସମୁହ ଇତ୍ୟବସରରେ ସମ୍ପନ୍ନ ହୋଇଥିବା ସ୍ଥଳେ ମେଳା ଅବସରରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ହିନ୍ଦୁ ସେବା ମେଳା କମିଟିର ରାଜ୍ୟ ସଭାପତି ମନୋରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି  । ହିନ୍ଦୁ ସେବା ମେଳା କମିଟିର ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଗବେଷକ  ଅନୀଲ୍ ଧିର ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ  । 

0
0
0
s2sdefault