ସତ୍ୟଭୂଷଣଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଇସ୍ତଫା ଦେଲେ ଆଦିବାସୀ ସେଲ ସଭାପତି
"ଦୀର୍ଘ ୪୦ ବର୍ଷ ଧରି ମୁ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରି ଆସିଛି | ଗତ କିଛି ମାସ ହେଲା ମତେ ଦଳରେ ଅଣଦେଖା କରାଯାଇଆସୁଅଛି | ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହରିଜନ ଆଦିବାସୀ ବହୁ ସଂଖ୍ୟାରେ ରହିଥିବା ବେଳେ ସେମାନଙ୍କ ପ୍ରତି ଅନ୍ୟାୟ ଅବିଚାର କରାଯାଇ ଆସୁଛି | ପଦ୍ମପୁର ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ସ୍ଥିତିକୁ ଅନୁମାନ କରି ଜଣେ ଆଦିବାସୀ ନେତା ଦରକାର ଥିବା ବେଳେ ସେ ଦିଗ ପ୍ରତି ଉପେକ୍ଷା କରାଯାଇଅଛି | ତେଣୁ ଏହାର ପ୍ରତିବାଦରେ ବରଗଡ଼ ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ପଦରୁ ମୁ ଇସ୍ତଫା ଦେଉଛି" : ଗଜରାଜ ସିଂ ପୁଟା
ପଦ୍ମପୁର -ପଦ୍ମପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ଦଳରେ ଫାଟ । ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିଛି ଏବଂ ଆଉ ଦୁଇ ଦିନ ପରେ ନାମାଙ୍କନ ଦାଖଲ କରିବା ପାଇଁ କଂଗ୍ରେସ ସଜବାଜ ହେଉଥିବା ସମୟରେ କଂଗ୍ରେସ ଦଳର ଟାଣୁଆ ନେତା ତଥା ବରଗଡ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଗଜରାଜ ସିଂ ପୁଟା ନିଜ ପଦବିରୁ ଇସ୍ତଫା ଦେଇଛନ୍ତି ।ଚାଷୀ ତଥା ପଛୁଆ ବର୍ଗ ଜନତାଙ୍କ ବିପୁଳ ସମର୍ଥନ ଥାଇ କଂଗ୍ରେସ ଦଳର ବହୁ ପୁରାତନ ନେତା ହୋଇ କଂଗ୍ରେସ ଦଳର ସେବା କରି ଆସୁଥିଲେ ମଧ୍ୟ ତାଙ୍କ ପ୍ରାର୍ଥି ଆଶାୟିତ୍ୱ କୁ ଅଣଦେଖା କରି ପୂବରୁ ନିର୍ବାଚନରେ ବହୁବାର ପରାଜୟର ସମ୍ମୁଖିନ ହୋଇଥିବା ନେତା ସତ୍ୟଭୂଷଣ ସାହୁଙ୍କୁ ପୁନର୍ବାର ପ୍ରାର୍ଥୀତ୍ୱ କୁ ବିରୋଧ କରି ଶ୍ରୀ ପୁଟା ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ପଦବିରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ।ଏହା ଛଡା ଭବିଷ୍ୟତରେ ସେ ଅନ୍ୟ ଦଳକୁ ଯିବେ ନା ସ୍ୱାଧିନ ଭାବରେ ନିଜର ପ୍ରାର୍ଥିତ୍ୱ ଘୋଷଣା କରିବେ ତାହା ନିଜ କାର୍ଯ୍ୟକର୍ତା ତଥା ସମର୍ଥକଙ୍କ ସହ ଆଲୋଚନା କଳା ପରେ ଘୋଷଣା କରିବା ବୋଲି ପ୍ରକାଶ କରିଛନ୍ତି ।