ଓଡ଼ଗାଁ,୨୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବରା ଗ୍ରାମପଞ୍ଚାୟତ ରାବରା ଠାରୁ ଆଖୁପଦର ରାସ୍ତାକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମବାସୀ ସମୁହ ଦାବି ଜଣାଇଛନ୍ତି । ଗ୍ରାମପଞ୍ଚାୟତ ସହ ସଂଯୋଗ କରୁଥିବା ବିଭିନ୍ନ ଗ୍ରାମର ରାସ୍ତା ଗୁଡ଼ିକ ପକ୍କା ସଡକରେ ପରିଣତ ହୋଇଥିବା ବେଳେ କେବଳ ନିର୍ବାଚନ ଆସିଲେ ରାବରା ଆଖୁପଦର ରାସ୍ତାରେ ମରମ ବିଛାଇ ପ୍ରତିଶୃତି ଦେଇ ଚାଲିଯାଆନ୍ତି ଜନନେତା । ଫଳରେ ରାବରା ନିମସାହି ଠାରୁ ଓଡ଼ଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ଦେଇ ଯାଇଥିବା ଗ୍ରାମ ଉନ୍ନୟନ ରାସ୍ତାର ଆଖୁପଦର ନିକଟରେ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘଦିନ ଧରି ମାଟି ମୋରମ ରାସ୍ତା ହୋଇ ପଡି ରହିଛି । ଦିନକୁଦିନ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏହି ରାସ୍ତାରେ ଯାତାୟାତ ଏବେ କଷ୍ଟ ଦାୟକ ହୋଇପଡ଼ିଛି । ପଥଚାରୀ, ସାଇକେଲ, ବାଇକ ଏବଂ ୪ ଚକିଆଜାନ ଜାନ ଗୁଡ଼ିକ ଉକ୍ତ ରାସ୍ତାଦେଇ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ମାତ୍ର ଅନ୍ୟ କୌଣସି ବିକଳ୍ପ ନଥିବାରୁ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ପାଠ ପଢ଼ି ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଉକ୍ତ ରାସ୍ତାକୁ ତ୍ୱରିତ ଭାବେ ଓସାରିଆ ଓ ପକ୍କା ରାସ୍ତାରେ ପରିଣତ କରିବା ସହିତ ରାସ୍ତା ପାର୍ଶ୍ବକୁ ବନିକରଣ କରିବା ନିମନ୍ତେ ଗ୍ରାମବାସୀ ମାନେ ଜିଲ୍ଲା ପ୍ରସାଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।
ରାଜ୍ୟ
ରାବରା ଆଖୁପଦର ରାସ୍ତାକୁ ପକ୍କା ସଡ଼କ କରିବା ପାଇଁ ଦାବି
- Hits: 406