ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ଗଙ୍ଗାଧର ସାହିତ୍ୟ ସଂପର୍କରେ ବ୍ଲକସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଗବେଷିକା ପ୍ରମୋଦିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ରରେଖା ପ୍ରଧାନ, ଡ଼ ବିବେକାନନ୍ଦ ପଧାନ, ମେଲଛାମୁଣ୍ଡା କଲେଜର ପ୍ରଧ୍ୟାପକ ଡ଼ ପ୍ରଦୀପ କୁମାର ପ୍ରଧାନ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସହ-ସମ୍ପାଦକ ମକରଧ୍ବଜ ସାହୁ ସଭାକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ରାଜେଶ୍ବର ବେହେରା ପ୍ରତିଯୋଗିତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ଦେବାଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଆୟୋଜିତ ପ୍ରତିଯୋଗିତାର ସଂଗୀତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଲୁହୁରାପାଲି ୟୁପିଏସର ଶାଳିନୀ ସାହୁ ପ୍ରଥମ, ବିଜେପୁର ଓଏଭିର କରନ ପଧାନ ଦ୍ବିତୀୟ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶ୍ରୀୟାଂଶୀ ଦାସ ତୂତୀୟ ଏବଂ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଓଏଭିର ଈଶିକା ଦେବତା, ସ୍ଥାନୀୟ ସରକାରୀ ହାଇସ୍କୁଲର ସମୀକ୍ଷା ଜେନା, ଟି.ଗଣ୍ଡପାଲି ହାଇସ୍କୁଲର ରୋଜାଲିନ ଦୀପ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଉଚ୍ଚ ମାଧ୍ୟମିକ ବିଭାଗର ସଙ୍ଗୀତରେ ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନର ଭୋଳା ଶଙ୍କର ହାତୀ ପ୍ରଥମ, ବିଜେପୁର କଲେଜର ଅନ୍ବେଷା ଦାସ ଓ ସ୍ବପ୍ନା ସାହୁ ଯୁଗ୍ମ ଭାବେ ଦ୍ବିତୀୟ, ସସ୍ମିତା ବାଗ ତୃତୀୟ ହୋଇଥିବା ବେଳେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କଟାପାଲି ଭୀମ ଭୋଇ କଲେଜର ଚୁମକି ବେହେରା, ବିଜେପୁର କଲେଜର ଝାନସୀରାଣୀ ସେଠ,ମହିମା ସାହୁ କୃତିତ୍ୱ ସହିତ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ହୋଇଥିଲେ ।

ମାଧ୍ୟମିକ ବିଭାଗର ବକୃତା ଗଙ୍ଗାଧରଙ୍କ ସୃଷ୍ଟି ସମ୍ଭାରରେ ସ୍ବଦେଶ ବତ୍ସଳତା ବକୃତା ପ୍ରତିଯୋଗୀତାରେ ଗାୟତ୍ରୀ ପଟେଲ ପ୍ରଥମ, ସୁଦର୍ଶୀନୀ ସାହୁ ଦ୍ବିତୀୟ ଓ ଶ୍ରାବଣୀ ବେଶ୍ରା ତୃତୀୟ ହୋଇଥିଲେ । ସେହିଭଳି ମହାବିଦ୍ୟାଳୟ ସ୍ତରୀୟ ଗଙ୍ଗାଧରଙ୍କ ସାହିତ୍ୟ କୃତିରେ ପୁରୁଷ ଚରିତ୍ର ଅପେକ୍ଷା ନାରୀ ଚରିତ୍ରର ପ୍ରଧାନ୍ୟ ରହିଛି କି ? ଶୀର୍ଷକ ତର୍କ ପ୍ରତିଯୋଗିତାରେ ଜ୍ୟୋତିର୍ମୟୀ ବେହେରା ପ୍ରଥମ, ଯୋଗେଶ୍ବରୀ ମେହେର ଦ୍ବିତୀୟ ଓ ଲିଜା ଛତର ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରାଧ୍ୟାପକ ଡ଼ ପ୍ରଦୀପ କୁମାର ପ୍ରଧାନ, ଡ଼.ବିବେକାନନ୍ଦ ପଧାନ, ସାହିତ୍ୟିକା ପ୍ରମୋଦିନୀ ସାହୁ, ଅଧ୍ୟାପିକା ରଶ୍ମିରେଖା ବାରିକ, ଅଧ୍ୟାପକ ବଳିଷ୍ଠ ପୁରି, ଗୀତିକାର ମୋହନ ସିଂ, କଣ୍ଠଶିଳ୍ପୀ ସୁଷମା ଭୋଇ ଓ ବରୁଣ ବାଗ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ । କବି ସାବିତ୍ରୀ ମେହେର, ତୁଳସୀ ରାମ ମେହେର, ଯୁଗେଶ୍ବର ତାଣ୍ଡି, ଲାଉମୁଣ୍ଡା ସିଆରସିସି ପ୍ରକାଶ ମହାନନ୍ଦ, ଟି.ଗଣ୍ଡପାଲି ସିଆରସିସି ପ୍ରଭାତ ରଂଜନ ସାହୁ, ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ଏହି ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସପ୍ତମରୁ ମହାବିଦ୍ୟାଳୟ ସ୍ତରୀୟ ଗଙ୍ଗାଧର ସାହିତ୍ୟ ସଂପର୍କରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଆଗାମୀ ଅଗଷ୍ଟ ୧ ତାରିଖ ଦିନ ପ୍ରକାଶ ପାଇବ ବୋଲି ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault