ପୈାର ପରିଷଦ ବୈଠକ ଅଧାରୁ ବାତିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିର୍ବାହୀ ଅଧିକାରୀଙ୍କ ଉପରେ ବିଧାୟକ ଖପ୍ପା: କାମ ହେଉନି, ବିକାଶ ଠପ୍‌

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ପୈାର ପରିଷଦ ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ଉପରେ ଖପ୍ପା ହୋଇଛନ୍ତି । ନୟାଗଡ଼ ସହରରେ ବିକାଶ ମୂଳକ କାର୍ଯ୍ୟ ଏକ ପ୍ରକାର ଠପ ହୋଇଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କାମ ନହେଲେ ଜନଆନ୍ଦୋଳନ ତୀବ୍ର ହେବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକ ଆଜି ହଟଗୋଳରୁ ଆରମ୍ଭ ହୋଇ ଅଧାରୁ ବାତିଲ ହୋଇଛି । ନୟାଗଡ଼ ପରିମଳ ବ୍ୟବସ୍ଥା, ଆଲୋକିକରଣ କାର୍ଯ୍ୟ, ବଲାଙ୍ଗୀପାର୍କ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କାଉନସିଲର ଓ ବିଧାୟକ ସହର ବିକାଶ ମୂଳକ କାର୍ଯ୍ୟ ଠପ ହୋଇଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିର୍ବାଚନ ପରଠାରୁ କୈାଣସି ଉନ୍ନୟନ ତଥା ବିକାଶ ମୂଳକ କାର୍ଯ୍ୟ ହେଉନଥିବାରୁ କାଉନସିଲରମାନେ କହିଥିଲେ । ଯାହାକୁ ନେଇ ଚାପା ଅସନ୍ତୋଷ ଦେଖା ସହ ବିଧାୟକ ଓ କାଉନସିଲରମାନେ ବୈଠକକୁ ଅଧାରୁ ବାତିଲ କରିଥିଲେ । ପ୍ରଥମେ ସହରରେ ହେବାକୁ ଥିବା କାର୍ଯ୍ୟକୁ ସମୀକ୍ଷା କରାଯିବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ । ଆଜି ନୟାଗଡ଼ ସହର ମହର୍ଷି ବିଦ୍ୟାଳୟ ପଛପାଖ କଲ୍ୟାଣ ମଣ୍ଡପକୁ ରାସ୍ତା ଓ ଡ୍ରେନ ନିର୍ମାଣ, ଜିଲ୍ଲା ପାଠାଗାର ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କରାଯିବା ସହ କାମ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଧାୟକ, ପୈାରାଧ୍ୟକ୍ଷା, ନିର୍ବାହୀ ଅଧିକାରୀ ଓ କାଉନସିଲରମାନେ ନୟାଗଡ଼ ସହରର ବିଭିନ୍ନ ସ୍ଥାନକୁ ଯାଇ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଯୋଜନା ପ୍ରସ୍ତୁତ କରିଥିଲେ । ଅନେକ କାର୍ଯ୍ୟ କରିବାକୁ ଦୀର୍ଘଦିନ ତଳୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ବିଧାୟକ ଡ. ସାହୁ ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅନୁରୋଧ ପରେ ନୟାଗଡ଼ ବିକାଶକୁ ଅଣଦେଖା କରାଯାଉଥିବା ବିଧାୟକ କହିଛନ୍ତି । ଆଗାମୀ ଦିନରେ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରାଗଲେ ଜନଆନ୍ଦୋଳନ ତୀବ୍ରତର ହେବ ବୋଲି ସୂଚନା ଦେଇଛନ୍ତି ।

0
0
0
s2sdefault