ତିନି ଦିନ ହେଲା ଅନ୍ଧାରରେ ୧୧ ଗ୍ରାମବାସୀ, ବିଦ୍ୟୁତ ବିଭାଗ ଘେରିଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରା ଗୁଡା ଗ୍ରାମ ପଞ୍ଚାୟତ ର ୧୧ ଖଣ୍ଡ ଗ୍ରାମବାସୀ ୩ ଦିନ ହେଲା ଅନ୍ଧାରରେ ଅଛନ୍ତି।ବିଦ୍ୟୁତ୍ ର ବ୍ରେକ ଡାଉନ୍ ଯୋଗୁଁ ୧୧ ଖଣ୍ଡ ଗ୍ରାମବାସୀ ଅନ୍ଧାର ରେ ଥିବା ବେଳେ ଆଜି ଗ୍ରାମବାସୀ ମାନେ ଡାବୁଗାଁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରିବା ସହ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ଦାବୀ କରିଛନ୍ତି। ଏ ନେଇ ଏକ ଦାବୀପତ୍ର ବିଦ୍ୟୁତ୍ ଯନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗ୍ରାମବାସୀ ଦେଇଛନ୍ତି। ସୂଚନା ଅନୁଯାଇ ଡାବୁଗାଁ ବିଦ୍ୟୁତ ସେକ୍ସନ ଅନ୍ତର୍ଗତ ମେଦନା ଫିଡର ରୁ ଚଚରାଗୁଡ଼ା ଗ୍ରାମ ପଞ୍ଚାୟତ ବାସୀ ଙ୍କୁ ବିଦ୍ୟୁତ୍ ଯୋଗାଣ ହେଉଛି। ତେବେ କୌଣସି କାରଣରୁ ମେଦନା ଫିଡର୍ ରେ ବିଦ୍ୟୁତ ବ୍ରେକ ଡାଉନ ଯୋଗୁଁ ଗତ ବୁଧବାର ଠାରୁ ଚଚରାଗୁଡ଼ା ପଞ୍ଚାୟତ ର ପାତିଆ, ଡଙ୍ଗରିଗୁଡ଼ା, କେଲିଆ, ମାନିଆ ଗୁଡା, କଲାରଗୁଡା, ପଖନା ଗୁଡା, କୁମ୍ ଝରିଆ ଗୁଡା, ବାଣୁଆ ଗୁଡା, କୁମଝରୀଆ ଗୁଡା, ଜନ୍ଦରି ଗୁଡା ଓ ଚଚରା ଗୁଡା ଆଦି ୧୧ ଟି ଗ୍ରାମ ରେ ବିଦ୍ୟୁତ୍ ଯୋଗାଣ ବନ୍ଦ ଅଛି। ଯୋ ଦ୍ଵାରା ଅନ୍ଧାରରେ ଗ୍ରାମବାସୀ ରହିଛନ୍ତି। ବିଦ୍ୟୁତ୍ ନ ଥିବାରୁ ପାନୀୟ ଜଳ ଯୋଗାଣ ବନ୍ଦ, ଟିଭି ବନ୍ଦ, ମୋବାଇଲ ସବୁ ସ୍ଵିଚ ଅପ୍,ଓ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏ ନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗ ର ଟୋଲ ଫ୍ରି ନମ୍ବର ଓ ସ୍ଥାନୀୟ ବିଦ୍ୟୁତ୍ ବିଭାଗ ସୁପର ଭାଇଜର ଙ୍କୁ ବାରମ୍ବାର ଯୋଗାଯୋଗ କରି ଆସୁଥିଲେ ସୁଦ୍ଧା କେହି ଏଥିପ୍ରତି ଗୁରୁତ୍ବ ନ ଦେବାରୁ ବାଧ୍ୟ ହୋଇ ଆଜି ଶତାଧିକ ଗ୍ରାମବାସୀ ବିଦ୍ୟୁତ୍ ବିଭାଗ ଘେରିବା ସହ ତୁରନ୍ତ ବିଦ୍ୟୁତ୍ ଯୋଗାଣ କରିବାକୁ ବିଦ୍ୟୁ ବିଭାଗ କନିଷ୍ଠ ଯନ୍ତ୍ରୀ ପବିତ୍ର ସାହୁ ଙ୍କୁ ଅଭିଯୋଗ କରିଥିଲେ।ତୁରନ୍ତ ବିଦ୍ୟୁତ୍ ଯୋଗାଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଧମକ ଦେଇଥିଲେ। ସୂଚନା ଥାଉ କି ଚଚରାଗୁଡ଼ା ଗ୍ରାମ ପଞ୍ଚାୟତ ରେ ଜିଲ୍ଲାର ପ୍ରସିଦ୍ଧ କେଲିଆ ଶୈବ ପୀଠ ଥିବା ବେଳେ ବର୍ତ୍ତମାନ ଶ୍ରାବଣ ସୋମବାର ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଆସି ଏଠାରେ ରାତ୍ର ଯାପନ ସହ ଜଳାଭିଷେକ କରିଥାନ୍ତି। ତେବେ ଏଠାରେ ବିଦ୍ୟୁତ୍ ସଂଯୋଗ ନ ଥିବାରୁ ଶ୍ରଦ୍ଧାଳୁ ଙ୍କୁ ଅନ୍ଧାରରେ ରାତ୍ରି ଯାପନ କରିବାକୁ ଥିବାରୁ ଲୋକେ ଉତ୍ୟକ୍ତ ହୋଇ ଆଜି ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।ଏହି ଘେରାଉ ସମୟରେ କର୍ଣ୍ଣ ଭତରା,ରାମଚନ୍ଦ୍ର ନାୟକ,ତ୍ରିନାଥ ଗୌଡ଼,ଅଭିମନ୍ୟୁ ସାହୁ,ରାଜୁ ପ୍ରଧାନ,ସନ୍ତୋଷ ସାହୁ,ସୁକଦେବ ମାଝୀ,ଗୁପ୍ତ କଲାର, ପିତ ଜାନି, ଭରତ ବିନ୍ଧାଣି,ପୀଙ୍କୁ ମାଝୀ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault