ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଆଜି ଏକ ମୋବାଇଲ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ବିଗତ ଦିନରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଚୋରୀ ହୋଇଥିବା ମୋଇବାଲ ସମ୍ପର୍କରେ ଅଭିଯୋଗ ପାଇ ପୁଲିସ ମାମଲା ରୁଜୁ କରିଥିଲା । ଜିଲ୍ଲା ପୁଲିସ ସାଇବର ଟିମ୍ ଉକ୍ତ ଚୋରୀ ମୋବାଇକ ଗୁଡ଼ିକ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ଉଦ୍ଧାର ହୋଇଥିବା ୧୦୫ଟି ମୋବାଇଲକୁ ଉପଯୁକ୍ତ ପ୍ରମାଣ ଆଧାରରେ ଆଜି ଅଭିଯୋଗକାରୀ ତଥା ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ଜିଲ୍ଲା ପୁଲିସର ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ରାଜ୍ୟ
ଜିଲ୍ଲା ପୁଲିସ ପକ୍ଷରୁ ମୋବାଇଲ ବଣ୍ଟନ ମେଳା
- Hits: 392