ହେଡଲାଇନସ୍:

ସୀତାକୁଣ୍ଡ :ପାଣିରେ ବୁଡ଼ି ପର୍ଯ୍ୟଟକ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କରିବା ନିମନ୍ତେ ତାଲିମ ପ୍ରାପ୍ତ ବ୍ୟକ୍ତି ନିଯୁକ୍ତିର ଦାବି 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକସ୍ଥିତ ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ମାର୍ଚ୍ଚ ୨୨ ଶୁକ୍ରବାର ସ୍ନାନ କରୁଥିବା ବେଳେ ଜଣେ ୨୨ ବର୍ଷର ଯୁବକ ପାଣିରେ ବୁଡ଼ି ମୃତ୍ୟୁ  ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପବିତ୍ର ହୋଲି ପୂର୍ଣ୍ଣିମାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ  ଆଦି ଛୁଟି ରହିଥିବାରୁ ବାଲେଶ୍ୱର ସହର ଚିଡ଼ିଆ ପୋଲ ନିକଟରେ ଥିବା ରାମବାବୁ ଫେସନ ସୋ ବ୍ୟବସାୟପ୍ରତିଷ୍ଠାନରେ  ସେଲସ ମ୍ୟାନ ଭାବେ କାର୍ଯ୍ୟକରୁଥିବା ୪ ଜଣ ଯୁବକ ପିକନିକ କରିବା ନିମନ୍ତେ ୨ଟି ବାଇକରେ ସୀତାକୁଣ୍ଡ ଭ୍ରମଣରେ ଆସିଥିଲେ । ଯୁବକମାନେ ସୀତାକୁଣ୍ଡ ପାଣିରେ ସ୍ନାନ କରୁଥିବା ବେଳେ ବାଲେଶ୍ୱର ସହରର ଅକ୍ଷୟ ଶର୍ମାଙ୍କ ପାଦ ଖସି ଯିବା ଫଳରେ ସେ ଗଭୀର ଜଳକୁ ଚାଲିଯାଇଥିଲେ । ଭଲ ଭାବେ ପାଣିରେ ପହଁରିବା ଜାଣି ନଥିବାରୁ କୂଳକୁ ଆସି ନପାରି ପାଣିରେ ବୁଡ଼ି ଯାଇଥିଲେ । ଅନ୍ୟ ଯୁବକମାନଙ୍କର ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଅକ୍ଷୟକୁ ପାଣିରୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇ ଦେଇଥିଲେ ; ମାତ୍ର ତାଙ୍କୁ ଡ଼ାକ୍ତର ରିସିଭ ଡେ଼ଥ ବୋଲି ଘୋଷଣା କରିଥିଲେ । ପ୍ରକାଶ ଥାଉକି, ପ୍ରତ୍ୟେକ ବର୍ଷ ସୀତାକୁଣ୍ଡ ପାଣିରେ ବୁଡ଼ି ପର୍ଯ୍ୟଟକର ମୃତ୍ୟୁ  ହେଉଥିବାର ପରିଲକ୍ଷିତ ହୋଇଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ଅଥବା ପର୍ଯ୍ୟଟନ ବିଭାଗ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରିପାରି ନାହାନ୍ତି । ଫଳରେ ବହୁ ଯୁବକମାନେ ଅକାଳରେ ଝଡ଼ିଯାଉଛନ୍ତି । ତେଣୁ, ପ୍ରଶାସନ ପକ୍ଷରୁ ସୀତାକୁଣ୍ଡରେ ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କରିବା ନିମନ୍ତେ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ନିମନ୍ତେ ଜନସାଧାରଣରେ ଦାବି କରାଯାଇଛି । 

0
0
0
s2sdefault