ହେଡଲାଇନସ୍:

ସରକାର ରସଗୋଲା ପାଇଁ ଆହୁରି ତଥ୍ୟ ପ୍ରମାଣ ସଂଗ୍ରହ କରୁଛନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶାରେ ଉତ୍ପାଦିତ ୧୫ଟି ସାମଗ୍ରୀକୁ ଏଯାବତ୍ ଜିଆଇ ମାନ୍ୟତା ମିଳିଛି

ଭୁବନେଶ୍ୱର(ଚକ୍ରଧର ମାଝି ): ଓଡ଼ିଶାରେ ଉତ୍ପାଦିତ ୧୫ଟି ସାମଗ୍ରୀକୁ ଏଯାବତ୍ ଜିଆଇ ମାନ୍ୟତା ମିଳିଛି । ୨୦୧୫ରୁ ପଶ୍ଚିମବଙ୍ଗ ରସଗୋଲା ପାଇଁ ଆବେଦନ କରି ଗତ ନଭେମ୍ବର ୧୪ ତାରିଖରେ ଜିଆଇ ମାନ୍ୟତା ହାସଲ କରିଥିବା ବେଳେ ଓନିଶା ରସଗୋଲା ଲାଗି ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ ତଥ୍ୟ ପ୍ରମାଣ ସଂଗ୍ରହ କରୁଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ମଦ୍ରୀ ନାରାୟଣ ପାତ୍ର । 

ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୫ଟି ବୟନଶିଳ୍ପ ଓ ହସ୍ତତଦନ୍ତ, ୮ଟି ହସ୍ତଶିଳ୍ପ ଏବଂ ୨ଟି କୃଷିଜାତ ସାମଗ୍ରୀ ଲାଗି ୨୦୦୫-୦୬ରୁ ୨୦୧୩-୧୪ ମଧ୍ୟରେ ଓଡ଼ିଶା ଜିଆଇ ମାନ୍ୟତା ହାସଲ କରିଛି । ସର୍ବପ୍ରଥେମ କୋଟପାଡ଼ର ହ୍ୟାଣ୍ଡଲୁମ୍ ଫ୍ୟାବ୍ରିକ୍ ଓ ଓଡ଼ିଶା ଇକତ୍ ଶାଢ଼ୀ ୨୦୦୫-୦୬ ବର୍ଷରେ ଜିଆଇ ମାନ୍ୟତା ହାସଲ କରିଥିଲା । ଓଡ଼ିଶାର ଖଣ୍ଡୁଆ, ଗୋପାଳପୁରର ଟସର୍ କପଡ଼ା ଓ ପଟ୍ଟଚିତ୍ର ଖୋଦିତ ଲୁଗାକୁ ମଧ୍ୟ ଏହି ମାନ୍ୟତା ମିଳିଛି । କୋଣାର୍କର ପଥର ଖୋଦେଇ କାମ, ଓଡ଼ିଶା ପଟ୍ଟଚିତ୍ର, ପିପିଲି ·ନ୍ଦୁଆ, ଧଳାପଥରର ପରଦା, ସମ୍ବଲପୁର ବାନ୍ଧଶାଢ଼ୀ, ବମ୍କେଇ ଶାଢ଼ୀ, ହବସ୍ପୁର ଶାଢ଼ୀ, ବ୍ରହ୍ମପୁରର ପାଟ୍ଟଶାଢ଼ୀ ଓ ଯୋଡ଼, ଗଞ୍ଜାମର କେତକୀ ଫୁଲ ଆଦି ଜିଆଇ ମାନ୍ୟତା ହାସଲ କରିଛନ୍ତି । 

ମନ୍ତ୍ରୀ କହିଛନ୍ତି ଯେ ୱେବ୍ସାଇଟ୍ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ବାଂଲାର ରସଗୁଲାର ଜିଆଇ ମାନ୍ୟତା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ କୃଷି ଉନ୍ନୟନ ନିଗମ ୧୮.୦୯.୨୦୧୫ରେ ଆବେଦନ କରି ୧୪.୧୧.୨୦୧୭ରେ ଏହା ହାସଲ କରିଛନ୍ତି । ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ପାଇଁ ଓଡ଼ିଶା ସରକାର ଆବେଦନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସମ୍ପୃକ୍ତ ସଂଗଠନମାନଙ୍କ ସହିତ ବିଚାର ବିମର୍ଶ କରି ତଥ୍ୟ ପ୍ରମାଣ ସଂଗ୍ରହ କରୁଛନ୍ତି । ମହାରାଷ୍ଟ୍ରର ହଳଦୀକୁ ଜିଆଇ ମାନ୍ୟତା ମିଳି ସାରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । 

ଓଡ଼ିଶାର ଶତାଧିକ ସାମଗ୍ରୀ ଜିଆଇ ମାନ୍ୟତା ପାଇବା ପାଇଁ ହକ୍ଦାର ଥିବା ବେଳେ ଏ ଦିଗରେ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ନ କଲେ ରାଜ୍ୟରେ ଉତ୍ପାଦିତ ବହୁ ସାମଗ୍ରୀ ଭବିଷ୍ୟତରେ ଜିଆଇ ମାନ୍ୟତାରୁ ବଞ୍ଚିତ ହେବେ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଆଶଙ୍କାବ୍ୟକ୍ତ କରିଛନ୍ତି । 

0
0
0
s2sdefault