ହେଡଲାଇନସ୍:

ମୁଣ୍ଡ ଉପରେ ପୌର ନିର୍ବାଚନ : ସହରରେ ଲାଗିଲାଣି ନିଆଁ, କାହା ଇଙ୍ଗିତରେ ଡେଉଁଛନ୍ତି ପୌର ଅଧିକାରୀ ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପୌର ପରିଷଦ ବଡ ନ ପୌର ନିର୍ବାହୀ ଅଧିକାରୀ !!!!!!!!

ବାରିପଦା/Dillip Mohanty - ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ନଗରବାସୀଙ୍କୁ ଆଧୁନିକ ସୁବିଧାସୁଯୋଗ ପ୍ରଦାନ ସହିତ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୧୯୦୫ରେ ବାରିପଦା ପୌରପରିଷଦ ଗଠନ କରିଥିଲେ । ସେ ସମୟରେ ମହାରାଜାଙ୍କ ଟାଉନ ପ୍ଲାନିଂ ବ୍ୟବସ୍ଥା ୧୦୦/୧୫୦ ବର୍ଷର ଆଗକୁ ଚିନ୍ତା ରଖି ପ୍ଲାନ ଓ ନକ୍ସା ପ୍ରସ୍ତୁତ କରିଥିଲେ । ମାତ୍ର ୧୯୪୯ ଜାନୁଆରୀ ୧ରୁ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ବିଲୟ ଓ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହେବା ପରେ ବାରିପଦା ପୌରପରିଷଦ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟ କଲା । କାଳକ୍ରମେ ପୌରପରିଷଦରେ ଜନସଂଖ୍ୟା ବୃଦ୍ଧି ଫଳରେ ଏହା ବର୍ତ୍ତମାନ ୨୮ଟି ୱାର୍ଡରେ ପରିଣତ ହୋଇସାରିଛି । ପୌରପରିଷଦର ପରିଚାଳନା ପରିଷଦରେ ୨୮ଟି ୱାର୍ଡରୁ ନିର୍ବାଚିତ ପ୍ରତିନିଧିମାନେ ପ୍ରତିନିଧିତ୍ୱ କରୁଥିବା ବେଳେ କାଉନସିଲରମାନଙ୍କ ଦ୍ୱାରା ପୌରପାଳ ଓ ଉପନଗରପାଳ ମଧ୍ୟ ନିର୍ବାଚିତ ହୋଇଥାନ୍ତି । ପୌରପରିଷଦ ଶାସନ ବ୍ୟବସ୍ଥାରେ ଚେୟାରମେନ ମୁଖ୍ୟ ହୋଇଥିବା ବେଳେ ପୌର ନିର୍ବାହୀ ଅଧିକାରୀ ନାମକୁ ମାତ୍ର ରହିଥାନ୍ତି ଠିକ୍ ଯେପରି ଭାରତର ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କ୍ଷମତା ଭଳି । ମାତ୍ର ବାରିପଦା ପୌରପରିଷଦରେ ଏହାର ବ୍ୟତୀକ୍ରମ ବର୍ତ୍ତମାନ ପରିଲକ୍ଷିତ ହୋଇଛି । ଏଠାକାର ନିର୍ବାହୀ ଅଧିକାରୀ ମେରୀ ରାୟରେ ପୌରପରିଷଦର ଶାସନ ଡେ଼ାରୀ ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଯାହାକୁ ନେଇ ପୌରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।ବିଭିନ୍ନ ମହଲରୁ ସମାଲୋଚନା ଆରମ୍ଭ ହୋଇଯାଇଛି । ଏହାର ପ୍ରତିଫଳନ ୨୦୧୯ରେ ହେବାକୁ ଥିବା ପୌର ନିର୍ବାଚନରେ ପଡ଼ିବାର ସମ୍ଭାବନା ଦେଖା ଦେଇଛି ।

            ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂ ସହରରେ ରହିଥିବା ଦୋକାନ ବଜାରକୁ କେନ୍ଦ୍ର କରି ନେଇ ଥିବା ପଦକ୍ଷେପକୁ ନେଇ ସହରରେ ଅସନ୍ତୋଷର ଝଡ଼ ସୃଷ୍ଟି ହେବାକୁ ଯାଉଛି । ସହରରେ ଦୋକାନ ବଜାରକୁ ବିଭିନ୍ନ ଲୋକଙ୍କୁ ବଣ୍ଟନ କରାଯାଇଛି । ଉକ୍ତ ଦୋକାନ ଗୃହଗୁଡ଼ିକ ଯେଉଁମାନେ ନେଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତରୁ ଅଧିକ ବ୍ୟକ୍ତି ଅନ୍ୟକୁ ଭଡ଼ା ସୂତ୍ରରେ ଲଗାଇ ଥିବା ବେଳେ ୧୦ ପ୍ରତିଶତ ଯୌଥ ବ୍ୟବସାୟ ଓ ଅବଶିଷ୍ଟ ୧୦ ପ୍ରତିଶତ ନିଜେ ବ୍ୟବସାୟ କରିଆସୁଛନ୍ତି । ବର୍ତ୍ତମାନର ପୌର ନିର୍ବାହୀ ଅଧିକାରୀ ଶ୍ରୀମାନସିଂ ଏହାର ସର୍ଭେ କରିବା ପରେ  ଯୌଥ ବ୍ୟବସାୟ କରୁଥିବା ବ୍ୟକ୍ତି ଓ ଭଡ଼ା ସୂତ୍ରରେ ଅନ୍ୟକୁ ଦେଇଥିବା ବ୍ୟକ୍ତିମାନଙ୍କୁ ନୋଟିସ ପଠାଇଛନ୍ତି । ଉକ୍ତ ନୋଟିସ ପାଇବା ପରେ ସହରରେ ଏକ ସମ୍ଭାବ୍ୟ ଝଡ଼ ବୋହିବାର ସମ୍ଭାବନା ଦେଖା ଦେଇଛି । ନିର୍ବାହୀ ଅଧିକାରୀ ଜାଣିଶୁଣି ସହରରେ ଅସ୍ଥିରତା ସୃଷ୍ଟି କରାଇବାକୁ ଯୋଜନା କରିଥିବାର ଅଭିଯୋଗ ହେଉଛି । ଏବିଷୟରେ ନିର୍ବାହୀ ଅଧିକାରୀ ଶ୍ରୀମାନସିଂଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଆମର ପ୍ରତିନିଧି ତାଙ୍କୁ କାର୍ଯ୍ୟାଳୟ ପ୍ରକୋଷ୍ଠରେ  ସାକ୍ଷାତ କରିବା ପରେ କିଛୁ ଭୂଲ କରିଛି କି ବୋଲି ପ୍ରଶ୍ନ କରିଥିଲେ । ଏଥି ସହିତ ଯେଉଁମାନେ ପୌରପରିଷଦର ଦୋକାନ ଗୃହରେ ବ୍ୟବସାୟ କରୁଛନ୍ତି ସେମାନଙ୍କ ନାମରେ ଦୋକାନ ଘର କରାଇ ଦେବି । ମୋ ନିକଟରେ ବହୁତ ଅଭିଯୋଗ ପହଁଞ୍ଚିଛି ବୋଲି କହିଥିଲେ । ସେହିପରି ନଗରପାଳିକା ବବିତା ଦାସ ଏବିଷୟରେ ନିର୍ବାହୀ ଅଧିକାରୀ ଥରେ ଫୋନରେ କଥା ହେବା ସମୟରେ ଜିଲାପାଳ ଏଥି ନିମନ୍ତେ ତାଙ୍କୁ ମୌଖିକ ନିର୍ଦ୍ଦେଶ  ଦେଇଥିବା ବିଷୟରେ ସୂଚନା ଦେଇଥିଲେ । ଏହାପରେ ଏ ବିଷୟରେ ଫୋନରେ କଥା ହେବା ଅପେକ୍ଷା କାର୍ଯ୍ୟାଳୟରେ ବସି ଆଲୋଚନା ଓ କାଉନସିଲ ବୈଠକ ମାଧ୍ୟମରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଥିଲି । ମାତ୍ର ଦୁଇ ଦିନ ହେବ ନିର୍ବାହୀ ଅଧିକାରୀଙ୍କ ସାକ୍ଷାତ ପାଇପାରୁ ନାହିଁ । ଆଜି ତାଙ୍କ ସହିତ ଏ ବିଷୟରେ ଆଲୋଚନା କରିବି । ନିର୍ବାହୀ ଅଧିକାରୀ ଯେଉଁ ବିଷୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ତାହା ପୌରପରିଷଦରେ ଆଜି ନୁହେଁ ପ୍ରଥମରୁ ହିଁ ଚାଲି ଆସୁଛି । ଏହା ଆଇ ବଳଦ ବିନ୍ଧ ମୋତେ ନ୍ୟାୟରେ କାର୍ଯ୍ୟକରିବ । ପୁଣି ପୌରପରିଷଦର ପରିଚାଳନା ପରିଷଦ ରହିଛି ଏବଂ ଏଥିରେ ପ୍ରସ୍ତାବ ପାରିତ ନ ହେବା ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀ ମନକୁ ମନ ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ ବୋଲି କହିଥିବା ବେଳେ ଜିଲାପାଳଙ୍କ ପୌରପରିଷଦର କାର୍ଯ୍ୟ ଉପରେ ହସ୍ତକ୍ଷେପ କରିବାର କ୍ଷମତା ରହିଛିକି ନାହିଁ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । 

               ବାରିପଦା ପୌରପରିଷଦରେ ଜବରଦଖଲ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ସହରବାସୀଙ୍କ ଅଭିଯୋଗ ସତ୍ୱେ ନିର୍ବାହୀ ଅଧିକାରୀ ଶ୍ରୀମାନସିଂ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଟାଳଟୁଳ ନୀତି ଆପଣେଇ ଆସୁଛନ୍ତି । ସେହିପରି ପୌରପରିଷଦର ରାଜସ୍ୱ ବିଭିନ୍ନ ଉପାୟରେ ହରିଲୁଟ ଚାଲିଥିବା ବେଳେ ଧୃତରାଷ୍ଟ୍ର ସାଜିଛି କିଏ ? ଆଗକୁ ପୌର ନିର୍ବାଚନ ଥିବାବେଳେ ହଠାତ୍ ସହରରେ ଅଶାନ୍ତିର ନିଆଁ ଲଗାଇବାକୁ ଉଦ୍ୟମ କରିବା ପଛରେ କେଉଁ କାରଣ ରହିଛି ଓ ଏହା ପ୍ରଚ୍ଛଦପଟ୍ଟରେ ରହିଥିବା ମୁଖ୍ୟ ଖଳନାୟକ କିଏ ତାହାକୁ ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

0
0
0
s2sdefault