ହେଡଲାଇନସ୍:

ପ୍ରଥମ ପର୍ଯାୟରେ ୧୧.୬୪ ଲକ୍ଷ କୁଇଣ୍ଟାଲ  ଖରିଫ ଧାନ କ୍ରୟର ଲକ୍ଷଧାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି - ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ  ଅନୁସାରେ ଚଳିତ ୨୦୧୭-୧୮ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୧୧.୬୪ କୁ୍ୟଣ୍ଟାଲ ଖରିଫ ଧାନ କ୍ରୟ କରାଯିବାର ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ପକ୍ଷରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ତଥା ଉଦଳା ବିଧାୟକ ଗୋଲକ ବିହାରୀ ନାୟକ, ବାଙ୍ଗିରିପୋଷି ବାଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦାଃ, ବାରିପଦା ଉପଜିଲାପାଳ ମହମ୍ମଦ ଅବଦ୍ଧୁଲ ଆକ୍ତାର, ଜିଲା ସାଧାରଣ ଯୋଗାଣ ଅଧିକାରୀ କିଶୋର କୁମାର ପାତ୍ର ପ୍ରମୁଖଙ୍କ ସମେତ ଡ଼ିଆରସିଏସ୍, କୃଷି-ଉପନିଦେ୍ର୍ଧଶକ, ଏସିଏସଓ, ଆରଏମସି ସମ୍ପାଦକ, ସମ୍ପୃକ୍ତ ବିଭାଗର ପଦାଧିକାରୀ, ମିଲରସ ଓ କୃଷକ ପ୍ରତିନିଧାମାନଙ୍କ ଉପସ୍ଥିତିରେ ଚଳିତ ଖରିଫ ଋତୁରେ ମୟୂରଭଞ୍ଜ ଜିଲାର କୃଷକମାନଙ୍କ ନିକଟରୁ ଧାନ ସଂଗ୍ରହ କରାଯିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶିତ  ନୀତି ନିର୍ଦ୍ଦେଶାବଳୀର କାର୍ଯ୍ୟଖସଡ଼ା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଜିଲା କୃଷି ବିଭାଗ ପକ୍ଷରୁ ଚଳିତ ଖରିଫ ଋତୁରେ ମୟୂରଭଞ୍ଜ ଜିଲାରେ ୩୪.୮୭ ଲକ୍ଷ କୁଇଣ୍ଟାଲ ଧାନ ସରପ୍ଲସ ଉପôାଦନ ହେବାର ଆକଳନ କରାଯାଇଛି ବୋଲି କୃଷି ଉପ-ନିର୍ଦ୍ଦେଶକ  ବୈଠକରେ ସୂଚନା ପ୍ରଦାନ କରିଥିଲେ । ଚଳିତ ବର୍ଷ ଉକ୍ତ ସରପ୍ଲସ ଧାନକୁ ଚାଷୀମାନଙ୍କ ନିକଟରୁ କିଣିବା ନିମନ୍ତେ ଅନଲାଇନରେ କୃଷକମାନେ ନିଜର ପରିଚୟପତ୍ର ସହିତ ଚାଷ ଜମିର ପରିମାଣ ସମ୍ପର୍କୀତ ସବିଶେଷ ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫,୧୫୮ ଜଣ କୃଷକ ଲ୍ୟାମ୍ପ ସମବାୟ ସମିତି ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରାଇ ସାରିଥିବା ବେଳେ ଯେଉଁ ଚାଷୀମାନେ ସେମାନଙ୍କ ନାମକୁ ପଞ୍ଜିକରଣ କରାଇ ନାହାନ୍ତି ଯଥା ଶୀଘ୍ର ନିଜର ଜମି ଓ ଧାନ ଫସଲ ଉତ୍ପାଦନ  ସମ୍ବନ୍ଧରେ ଆବଶ୍ୟକୀୟ ବିବରଣୀ ନିକଟସ୍ଥ ଲ୍ୟାମ୍ପସ ସମବାୟ ସମିତିରେ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ନାମକୁ ପଞ୍ଜିକରଣ କରାଇ ନେବାକୁ ପରାମର୍ଶ ଦିଆଯାଇଛି । ଉକ୍ତ ଧାନ ସଂଗ୍ରହ ନିମନ୍ତେ ଜିଲାର ୨୬ ଗୋଟି ବ୍ଲକମାନଙ୍କରେ ଜିଲା ଯୋଗାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟାମ୍ପସ, ଟିଡ଼ିସିସି, ମାର୍କଫେଡ଼, ପାଣିପଞ୍ଚାୟତ ଆଦିର କର୍ମକର୍ତ୍ତାମାନଙ୍କ ସହଯୋଗରେ ଗ୍ରାମପଞ୍ଚାୟତ, କୃଷକ ବଜାର ଆଦି ନିର୍ଦ୍ଧାରିତ ୯୬ଟି ସ୍ଥାନରେ ଧାନ କ୍ରୟ କେନ୍ଦ୍ର ଖୋଲାଯାଇ ଡ଼ିସେମ୍ବର ୧୫ଠାରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଅଯାଇଛି । ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ଧାନର ସହାୟକ ମୂଲ୍ୟ(ଏଫଏକୁ୍ୟ) ସାଧାରଣ ଧାନର କୁଇଣ୍ଟାଲ ପ୍ରତି ୧୫୫୦ ଟଙ୍କା ଓ ଏଫଏକୁ୍ୟ ଗ୍ରେଡ଼-ଏ ମାନର ଧାନ କୁଇଣ୍ଟାଲ ପ୍ରତି ୧୫୯୦ ଟଙ୍କା ରଖାଯାଇଛି । ଧାନର କ୍ରୟ କେନ୍ଦ୍ରକୁ କୃଷକମାନେ ଧାନ ବିକ୍ରି କରିବାକୁ ଆସୁଥିବା ସମୟରେ ନିଜ ସାଥୀରେ ପଞ୍ଜିକୃତ କରାଇଥିବା ନିଜର ପରିଚୟପତ୍ର, ବିଜୁ କଲ୍ୟାଣ ଯୋଜନା କାଡର଼୍, କିଷାନ କ୍ରେଡ଼ିଟ କାଡର଼୍, ଭୋଟର ପରିଚୟପତ୍ର ଆଦି ଆଣିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଏଥି ସହିତ କୃଷକମାନେ ମଣ୍ଡି ବା ଧାନ କ୍ରୟ କେନ୍ଦ୍ରମାନଙ୍କରେ କ୍ରୟ କରାଯାଉଥିବା ଧାନର ସହାୟକ ମୂଲ୍ୟକୁ କୃଷକମାନଙ୍କର ବ୍ୟାଙ୍କା ଜମାଖାତା ମାଧ୍ୟମରେ ଅନଲାଇନରେ ପ୍ରଦାନ ନିମନ୍ତେ ସରକାରଙ୍କର ନୀତିନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଇବାକୁ ଜିଲାପାଳ ଶ୍ରୀମୀନା ଗୁରୁତ୍ୱାରୋପ କରିଥିଲେ । ସେହିପରି ନିର୍ଦ୍ଧାରିତ ଧାନ କ୍ରୟ କେନ୍ଦ୍ରର ସୁପରିଚାଳନା  ପାଇଁ ଜିଲା ତଥା ଉପଖଣ୍ଡସ୍ତରୀୟ ବରିଷ୍ଠ  ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ଭାବେ ତଦାରଖ କରାଯିବା, ଜିଲା ଯୋଗାଣ ବିଭାଗ ବିପଣନ ନିରୀକ୍ଷକ, ସମ୍ପୃକ୍ତ ଅଞ୍ଚଳର ଲ୍ୟାମ୍ପସ ପରିଚାଳନା ଏମଡ଼ି, ସମ୍ପାଦକ, ଚାଷୀମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକୁ ଅନୁଧ୍ୟାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଧାନ କ୍ରୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇବା ପାଇଁ ଧାନର ସହାୟକ ମୂଲ୍ୟ(ଏଫଏକୁ୍ୟମାନ) ସମ୍ବନ୍ଧୀୟ ବ୍ୟାନର, ପ୍ରଚାରପତ୍ର, ଡ଼ାକବାଜି ଯନ୍ତ୍ର ଆଦିରେ ପ୍ରଚାର କରାଯିବା ସହିତ ମଣ୍ଡିଗୁଡ଼ିକରେ କିଣା ଯାଇଥିବା ଧାନ ବସ୍ତାକୁ ୨୪ ଘଣ୍ଟା ମଧ୍ୟରେ ସ୍ଥାନାନ୍ତରିତ କରାଇବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

0
0
0
s2sdefault