ହେଡଲାଇନସ୍:

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପୌରହିତ୍ୟରେ ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା କନିଷ୍ଠ ଓ ବରିଷ୍ଠବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାହିତ୍ୟ ସମ୍ପର୍କିତ ବକ୍ତୃତା , କବିତା ଆବୃତ୍ତି , ପ୍ରବନ୍ଧ ଲିଖନ , ସାଧାରଣ ଜ୍ଞାନ ଏବଂ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା।
କନିଷ୍ଠ ବର୍ଗ ବକ୍ତୃତାରେ ଆର୍. ଉଦୟଗିରି , ସରକାରୀ ଗୋପବନ୍ଧୁ ବିଦ୍ୟାପୀଠ ର ସୁଶ୍ରୀ ପ୍ରିୟଦର୍ଶନୀ ସୁବୁଦ୍ଧି ପ୍ରଥମ ସ୍ଥାନ , ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀ ରୁ ଓଡିଆ ଅନୁବାଦ ରେ ରାୟଗଡ଼ ବ୍ଲକ ନାରାୟଣପୁର , ସରକାରୀ ନୀଳମଣି ଉଚ୍ଚ ବିଦ୍ୟାଳୟର ଅସ୍ ମିତ୍ ବରାଡ ପ୍ରଥମ ସ୍ଥାନ , କବିତା ଆବୃତ୍ତିରେ ରାୟଗଡ଼ ବ୍ଲକ କଇଁପୁର , ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଆଦ୍ୟଶା ଭୂୟାଁ ପ୍ରଥମ ସ୍ଥାନ , ପ୍ରବନ୍ଧ ଲିଖନରେ ରାୟଗଡ଼ ବ୍ଲକ କଇଁପୁର , ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ମଧୁସ୍ମିତା ରଇତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗ ବକ୍ତୃତାରେ କାଶିନଗର ବ୍ଲକ ଖାରଡା , ପି.ଏମ୍. ଶ୍ରୀ ଉଚ୍ଚ ସରକାରୀ ବିଦ୍ୟାଳୟର ଆକିରେଡି ବେବିଶ୍ରୀ ପ୍ରଥମ ସ୍ଥାନ , ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀ ରୁ ଓଡିଆ ଅନୁବାଦ ରେ ରାୟଗଡ଼ ବ୍ଲକ କଇଁପୁର , ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଲିତା ଭୂୟାଁ ପ୍ରଥମ ସ୍ଥାନ କବିତା ଆବୃତ୍ତିରେ ରାୟଗଡ଼ ବ୍ଲକ କଇଁପୁର , ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ମାଳିନୀ ମଣ୍ଡଳ ପ୍ରଥମ ସ୍ଥାନ , ପ୍ରବନ୍ଧ ଲିଖନରେ ରାୟଗଡ଼ ବ୍ଲକ କଇଁପୁର , ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଅର୍ପିତା ନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ।
ସମସ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ୧୨ ଜୁଲାଇ ୨୦୨୬ ତାରିଖ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ୧୯ ଜୁଲାଇ ୨୦୨୬ରିଖ ଦିନ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସୂଚନା ଦେଇଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ହୃଷୀକେଶ ଗୌଡ଼ , ଶ୍ରୀମତୀ ଆଶାଲତା ପାଣୀଗ୍ରାହୀ , ଡ଼ଃ କଲ୍ୟାଣୀ ମିଶ୍ର , ଡ଼ଃ ଚାରୁପ୍ରଭା ନାୟକ , ଶ୍ରୀ ଶଶୀଭୂଷଣ ପଟ୍ଟନାୟକ , ଶ୍ରୀ ହରପ୍ରସାଦ ସୁଆର , ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ , ସୁଶ୍ରୀ ଶ୍ୱେତା ପଟ୍ଟନାୟକ ଓ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ।
ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ କୃତୀ ଛାତ୍ରଛାତ୍ରୀ , ବିଚାରକ ମଣ୍ଡଳୀ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault