ହେଡଲାଇନସ୍:

ଓଡ଼ଗାଁ ଆଦର୍ଶ ଥାନାରେ ଆମ ପୋଲିସ ସମିତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଇବର ଠକେଇ ଓ ଧଳା ଜହର ବିରୋଧରେ ସଚେତନତା,

ଓଡ଼ଗାଁ, ୩୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ମଙ୍ଗଳବାର ସାଇବର ଠକେଇ ଏବଂ ଧଳା ଜହର (ବ୍ରାଉନ ସୁଗାର) ସେବନ ସମ୍ପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀମାନେ ସାଇବର ଅପରାଧୀମାନଙ୍କ ବିଭିନ୍ନ ଠକେଇ କୌଶଳ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଇଥିଲେ। ଅଚିହ୍ନା ବ୍ୟକ୍ତିଙ୍କୁ ବ୍ୟକ୍ତିଗତ କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଗୋପନୀୟ ସୂଚନା ନ ଦେବା, ଯାଞ୍ଚ ନ କରି କୌଣସି ଖାତାକୁ ଟଙ୍କା ପଠାଇବାରୁ ବିରତ ରହିବା ଏବଂ ଭୁଲବଶତଃ ଟଙ୍କା ଆପଣଙ୍କ ଖାତାକୁ ଆସିଛି ବୋଲି କହି ଫେରସ୍ତ ମାଗୁଥିବା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି କମ୍ ଦାମରେ ଦାମୀ ମୋବାଇଲ, ଲାପଟପ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦେବା ପ୍ରଲୋଭନ ଦେଇ ହେଉଥିବା ଅନଲାଇନ୍ ଠକେଇ ସମ୍ପର୍କରେ ମଧ୍ୟ ସତର୍କ କରାଯାଇଥିଲା। ଏହା ସହିତ ଯୁବପିଢ଼ିଙ୍କ ମଧ୍ୟରେ ବ୍ରାଉନ ସୁଗାର ସେବନ ବୃଦ୍ଧି ପାଉଥିବା ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ଏହି ନିଶାଦ୍ରବ୍ୟ ଯୁବକମାନଙ୍କୁ ଅପରାଧ ଆଡ଼କୁ ଠେଲିଦେବା ସହ ପରିବାର ଓ ସମାଜ ଉପରେ ଗୁରୁତର କୁପ୍ରଭାବ ପକାଉଥିବାରୁ ଏଥିରୁ ଦୂରେଇ ରହି ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଓଡ଼ଗାଁ ଆଦର୍ଶ ଥାନାର ଆଇଆଇସି ସତ୍ୟନାରାୟଣ ବାରିକ, ଏସ୍‌ଆଇ ଚକ୍ରଧର ସିଂହ ଏବଂ ଏସ୍‌ଆଇ ବୈକୁଣ୍ଠନାଥ ସ୍ୱାଇଁ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉଦାହରଣ ମାଧ୍ୟମରେ ସାଇବର ସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନ ସମ୍ପର୍କରେ ସଚେତନ କରାଇଥିଲେ।

0
0
0
s2sdefault