ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


​ଝାରସୁଗୁଡ଼ା:,ସ୍ଥାନୀୟ ସରବାହାଲସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି ଅବସରରେ ଆଜି ସୋମବାର ସକାଳ ୯ ଘଟିକା ସମୟରେ ଶ୍ରୀଜୀଉମାନଙ୍କର ପବିତ୍ର ପୂଜାର୍ଚ୍ଚନା ଏବଂ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା।
​ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବେ ରାଜେଶ ପାଢ଼ୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ ଅଜୟ ମିଶ୍ରଙ୍କ ସଂଯୋଜନାରେ ସମସ୍ତ ପୂଜା ନୀତିକାନ୍ତି ସୁଚାରୁରୂପେ ପରିଚାଳିତ ହୋଇଥିଲା।
​ମନ୍ଦିର କମିଟି ସଭାପତି ହୃଷିକେଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କମିଟିର ସଭ୍ୟ ବାସୁଦେବ ମିଶ୍ର, ରବୀନ୍ଦ୍ର ଦୀକ୍ଷିତ, ସରୋଜ ପାଢ଼ୀ, ଗଙ୍ଗା ମିଶ୍ର, କିଶୋର ପାଢ଼ୀ , ପିଣ୍ଟୁ ପାଢ଼ୀ ଏବଂ ସରୋଜ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ମହାପ୍ରଭୁଙ୍କ ଏହି ଦେବସ୍ନାନ ନୀତିର ଦର୍ଶନ କରି ସାୟୁଜ୍ୟ ଲାଭ କରିଥିଲେ। ସ୍ନାନ ପୂର୍ଣ୍ଣିମା ଅବସରରେ ମନ୍ଦିର ପରିସର ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

0
0
0
s2sdefault