ହେଡଲାଇନସ୍:

ସ୍ନାନ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ସ୍ନାନ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ସ୍ନାନ ଜୀବ ଜଗତ ସୁସ୍ଥ ରହିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ତୈଳ ଅଭ୍ୟଙ୍ଗ ପରେ ପ୍ରାତଃ ପାଣି ଅଜାଡି ସ୍ନାନ କଲେ ଶରୀର, ମନ ଶୁଦ୍ଧ ରହି ବଳ, ରୂପ, ସ୍ପର୍ଶ ଜ୍ଞାନ, ସୁଗନ୍ଧ, କୋମଳତା, କ୍ଷୁଧା ବଢେ। ଦୁଃସ୍ୱପ୍ନ, ଦୁର୍ଗନ୍ଧ, ଆଳସ୍ୟ ସ୍ନାନ ଦ୍ଵାରା ନଷ୍ଟ ହୁଏ।ମନ୍ତ୍ର, ଅଗ୍ନି,ଭୌମ, ବାୟୁ, ଦିବ୍ୟ, ମାନସ ଏମିତି ଅନେକ ସ୍ନାନ ରହିଛି। ନଦୀ, କୂପ, ପୋଖରୀ, ଝରଣା ଜଳରେ ଘସା-ଘାସି ହୋଇ ସ୍ନାନ କରିବେ।ଅର୍ଦ୍ଧରାତ୍ର, ଭୋଜନ ପରେ, କେତେକ ରୋଗାଗ୍ରସ୍ଥ ସମୟରେ, ଅଧିକ ବା ଅଳ୍ପ ବସ୍ତ୍ର ପରିଧାନ କରି ସ୍ନାନ କରିବେ ନାହିଁ।ଗ୍ରୀଷ୍ମକାଳୀନ ଉତ୍ତପ୍ତ ପରେ ନବ ବର୍ଷା ପାଣିରେ ସ୍ନାନ କଲେ ଜ୍ୱର ହେବା ଜଗନ୍ନାଥଙ୍କୁ କେନ୍ଦ୍ର କରି ସେବକ ମାନେ ସଚେତନ କରିଦେଉଛନ୍ତି।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଆଦିର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ l ରୋଗୀଙ୍କୁ ଔଷଧ ବିତରଣ କରାଯାଇଥିଲା l ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ l
ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତିl
ଫୋନ 986145061

0
0
0
s2sdefault