ହେଡଲାଇନସ୍:

ଓଡ଼ିଶା ବ୍ରାହ୍ମଣ ମହାସଙ୍ଗ ଗଜପତି ଜିଲ୍ଲା ଶାଖା ତରଫରୁ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଅପରାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଏକ ବୈଠକ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଅଶ୍ଵିନୀ କୁମାର ପାଢ଼ୀ ମଞ୍ଚାସୀନ ଥିଲେ।
ପ୍ରାରମ୍ଭରେ ରାଜ୍ୟ କାର୍ଯ୍ୟକାରିଣୀ ପଦାଧିକାରୀ ମାନଙ୍କର ସୂଚ଼ନା ପ୍ରଦାନ କରାଯାଇଥିଲା । ଏହା ସହ ପ୍ରତ୍ୟେକ ଜିଲ୍ଲାର ସାଙ୍ଗଠନିକ କାର୍ଯକ୍ରମ ବିଷୟରେ ଆଲୋଚନା ସହ ଆମ ଗଜପତି ଜିଲ୍ଲାର ସାଙ୍ଗଠନିକ ଦକ୍ଷତାକୁ ବଢ଼ାଇବା ସହ ଆଜୀବନ ସଭ୍ୟ/ସଭ୍ୟା ସଂଖ୍ୟା ବୃଦ୍ଧି କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲ୍ଲାର ଆଜୀବନ ସଭ୍ୟ/ସଭ୍ୟା ବ୍ୟକ୍ତିବିଶେଷଙ୍କୁ ପରିଚୟ ପ୍ରଦାନ କରାଯାଇଥିଲା। ଶେଷରେ ତ୍ରିପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

0
0
0
s2sdefault