ହେଡଲାଇନସ୍:

ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଗ ଗଜପତି ଜିଲ୍ଲା ଶାଖାର ଜରୁରୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଗ ଗଜପତି ଜିଲ୍ଲା ଶାଖାର ଆନୁକୁଲ୍ୟ ରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହେଇଯାଇଛି।
ଏହି ବୈଠକରେ ଅଷ୍ଟମ ବେତନ କମିଶନ ସୁପାରିଶ ଆଧାରରେ ପେନ୍‌ସନ ଠାରୁ ଅନ୍ୟାନ୍ୟ ୯ ଦଫା ଦାବି ନେଇ ଆଲୋଚନା ହୋଇଥିଲା। ୯ଦଫା ଦାବିକୁ ସମସ୍ତ ଗଜପତିର ସେବା ନିବୃତ୍ତ ସରକାରୀ କମିଚ଼ାରୀ ସମର୍ଥନ କରିଥିଲେ। ଆଗାମୀ ଅଗଷ୍ଟ ୧୯ ତାରିଖ ଦିନ ନାର୍ଯ୍ୟ ଦାବିକୁ ଉପସ୍ଥାପନ କରି ଗଜପତି ଜିଲ୍ଲା , ବ୍ଲକ୍ ସମସ୍ତେ ଏକ ହୋଇ ଅଗଷ୍ଟ ୧୯ ତାରିଖ ଦିନ ଭୁବନେଶ୍ୱରଠାରେ ଧର୍ମଘଟ କରିବେ। ସଭାପତି ଅଶ୍ୱିନୀ ପାଢ଼ୀ , ସମ୍ପାଦକ ସୁରେଶ ବେହେରା , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault