ହେଡଲାଇନସ୍:

ଜଙ୍ଗଲି ପଥର ପରିବହନ ବେଳେ ୨ ଟ୍ରାକ୍ଟର ଜବତ, ୨ ଅଭିଯୁକ୍ତ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାଣ୍ଠପୁର–ଧବଳେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ବେଆଇନ ଭାବେ ବ୍ୟବସାୟ ଉଦ୍ଦେଶ୍ୟରେ ଜଙ୍ଗଲି ପଥର ପରିବହନ କରାଯାଉଥିବା ବେଳେ ବନ ବିଭାଗ ୨ଟି ଢିମାବୋଝେଇ ଟ୍ରାକ୍ଟର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ବନାଞ୍ଚଳର କର୍ମଚାରୀମାନେ ୨୭ ତାରିଖ ରାତି ପ୍ରାୟ ୮ଟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ବାଣ୍ଠପୁର–ଧବଳେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ମାଟି ଲାଗିଥିବା ଜଙ୍ଗଲି ପଥର ବୋଝେଇ କରି ଯାଉଥିବା ୨ଟି ଟ୍ରାକ୍ଟରକୁ ସନ୍ଦେହ କରି ପିଛା କରିଥିଲେ। ପରେ ଉଭୟ ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ରୋହିବାଙ୍କ ପଞ୍ଚାୟତ ଶାଳିଆପଲ୍ଲୀ ଗ୍ରାମର ମୁନା ଜାନୀ (୨୬) ଓ ବାଣ୍ଠପୁର ଗ୍ରାମର ସନ୍ତୋଷ ଖିଲାର (୩୭)। ଏହି ଚଢ଼ାଉରେ ବନପାଳ ଅଭିମନ୍ୟୁ ମଲିକଙ୍କ ନେତୃତ୍ୱରେ ବନପାଳ ସରିତା ବରାଳ, ବନରକ୍ଷୀ ଅର୍ଦ୍ଧେନ୍ଦୁ ପରିଡ଼ା, ଅନିଲ କୁମାର ପାତ୍ର ଓ ସ୍କ୍ୱାର୍ଡ ଟିମ୍‌ର ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ। ଘଟଣାରେ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ଓ ବନ ସମ୍ପଦ ସୁରକ୍ଷା ସମ୍ବନ୍ଧୀୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

0
0
0
s2sdefault