ହେଡଲାଇନସ୍:

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର, ୨୬/୦୬/୨୦୨୬: ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁର ତରଫରୁ ସରକାରୀ ନର୍ସିଂ କଲେଜ, ନବରଙ୍ଗପୁରର ଛାତ୍ରୀ ଏବଂ ପାରା ଲିଗାଲ ସ୍ୱେଛାସେବି ମହିଳାମାନଙ୍କୁ ନେଇ “ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧଚାଲାଣ ବିରୋଧୀ ଅନ୍ତର୍ଜାତୀୟ ଦିବସ” ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଗ୍ରାମ କେଶରୀ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଯୋଗଦେଇ ଛାତ୍ରୀ ମାନଙ୍କୁ ନିଶାଦ୍ରବ୍ୟ ସେବନ ଠାରୁ କିପରି ଦୂରେଇ ରହିବେ ସେ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଲ.ଏ.ଡ଼ିସି.ଏସ.,ନବରଙ୍ଗପୁର, ମନୋରମ। ମାଝୀ, ସାମାଜିକ କର୍ମୀ, ନବରଙ୍ଗପୁର, କିଶୋରୀ ପଟ୍ଟନାୟକ, ସହଯୋଗୀ ଓକିଲ, ନବରଙ୍ଗପୁର ଯୋଗ ଦେଇ ଏହି ଦିବସର ମହତ୍ଵ ଓ ବିଭିନ୍ନ ଆଈନ ବିଷୟରେ ଆଲୋଚନା କରିଥିଲେ ଓ ପରିଶେଷରେ ମହାବିଦ୍ୟାଳୟର ଅଧକ୍ଷ୍ୟା ସସ୍ମୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

0
0
0
s2sdefault