ଝାରସୁଗୁଡ଼ା: କୋଲାବିରା ବ୍ଲକ ଅଧିନସ୍ଥ କେଲେଣ୍ଡାମାଲ ପଞ୍ଚାୟତ କାର୍ଯ୍ୟାଳୟ ରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଶୁଶ୍ରିତା ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରତିନିଧି ରାଜେଶ ଦାଶ ମୁଖ୍ୟଅତିଥି ଓ ସାଂସଦ ପ୍ରତିନିଧି ଲିଙ୍କନ ଟଣ୍ଡକାର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜଣ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଦେଇଥିଲେ l ଏଥିରେ ବିଭିନ୍ନ ଯୋଜନାର ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା l ଯୁବ ସମାଜସେବୀ ଧରଣୀ ପଟେଲ ମଞ୍ଚାସିନ ଥିଲେ l
ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ ପାଢ଼ୀ ସଭା ପରିଚାଳନା କରିଥିଲେ l ଏଥିରେ ସମସ୍ତ ୱାର୍ଡସଭ୍ୟ, ମହିଳା ଏସଏଚଜି ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ ଓ ଜନସାଧାରଣ ଯୋଗଦେଇଥିଲେ l ଏଥିରେ ପଞ୍ଚାୟତ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l







