ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ରେ “ବିକାଶର ଧାରା ଓଡ଼ିଶା ସାରା-୨୦୨୬” କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭ ଆରମ୍ଭ କରିଥିଲେ।
ପରେ ପାରଳା ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଭିନିଷା କୁଚିପୁଡି ଏକାଡେମୀ , ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ସମ୍ବଲପୁରୀ ନୃତ୍ୟ , ସମଲେଇ ନୃତ୍ୟକଳା ପରିଷଦର ସମ୍ବଲପୁରୀ ନୃତ୍ୟ , ଉତ୍କଳ ବାଳାଶ୍ରମ ର ସମ୍ବଲପୁରୀ ନୃତ୍ୟ , ମିରାକଳ ଡାନ୍ସ ଷ୍ଟୁଡିଓ , ଏ.ଜେ କ୍ରୀଉ , ଡ୍ରିମ୍ ଡାନ୍ସ ଷ୍ଟୁଡିଓ ର କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ଵାରା ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଅମୂଲ୍ୟ ପାଣିଗ୍ରାହୀ ଓ ରଶ୍ମିତା ସାମଲ ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ର ଷ୍ଟଲ ଖୋଲାଯାଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯାଇଛି । ସରକାରୀ ଯୋଜନା ରେ କିପରି ଅନ୍ତର୍ଭୁକ୍ତ ହେବେ ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରି ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ।
ରାଜ୍ୟ
“ବିକାଶର ଧାରା ଓଡ଼ିଶା ସାରା-୨୦୨୬” ର ଦ୍ଵିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
- Hits: 35







