ହେଡଲାଇନସ୍:

ଝାରସୁଗୁଡାରେ ଦୁଇ ଥିମେଟିକ ପ୍ରବେଶ ପଥର ଉଦ୍‌ଘାଟନ, ସହର ସୌନ୍ଦର୍ଯ୍ୟକରଣକୁ ମିଳିଲା ନୂଆ ଦିଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡା ସହରର ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ବଡ଼ମାଳ ଓ ତାଲପାଟିଆଠାରେ ନିର୍ମିତ ଦୁଇଟି ଥିମେଟିକ ପ୍ରବେଶ ପଥର ଶୁଭ ଉଦ୍‌ଘାଟନ ହୋଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମିଳିତ ଭାବେ ଏହି ପ୍ରବେଶ ପଥଗୁଡ଼ିକର ଅନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ବଡ଼ମାଳସ୍ଥିତ ପ୍ରବେଶ ପଥକୁ ମା' ଅନ୍ଧାରୀ ଦେବୀଙ୍କ ନାମରେ ଏବଂ ତାଲପାଟିଆସ୍ଥିତ ପ୍ରବେଶ ପଥକୁ ଝାରସୁଗୁଡାର ଆରାଧ୍ୟ ଦେବତା ପ୍ରଭୁ ଝାଡ଼େଶ୍ୱରଙ୍କ ନାମରେ ନାମିତ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହି ପ୍ରବେଶ ପଥ ସହରର ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ପରିଚୟର ପ୍ରତୀକ ଭାବେ ପରିଚିତ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ଜନହିତକର ଉନ୍ନୟନମୂଳକ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହି ଉଦ୍‌ଘାଟନୀ ସମାରୋହରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

0
0
0
s2sdefault