ହେଡଲାଇନସ୍:

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ଓ ଜରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳର ଶଶାଙ୍କ ଶେଖର ନାୟକ ନାମକ ଜଣେ ଯୁବକ କୁ ମାନ୍ୟବର ପୋକସୋ ଅଦାଲତ ନ୍ୟାୟ ମୁର୍ତ୍ତି ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ୨୦ ବର୍ଷ ଜେଲ୍ ଦଣ୍ଡ ସହ ୫୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବା ପାଇଁ ଆଦେଶ ଦେଇଛନ୍ତି। ଏତଦବ୍ୟତୀତ ପୀଡ଼ିତା ନାବାଳିକା କୁ ୪ ଲକ୍ଷ୍ୟ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜଜ୍ ଙ୍କୁ ନିର୍ଦେଶ ଦେଇଛନ୍ତି।ମାମଲା ର ବୀବରଣୀ ରୁ ଜଣାପଡିଛି ଯେ ଗତ ୨୦୨୨ ମସିହାରେ ଜନୈକା ନାବାଳିକା ଗାଙ୍ଗପୁର ଅଞ୍ଚଳର ନିଜ ସମ୍ପର୍କୀୟ ଘର କୁ ବୁଲି ଆସିଥିବା ବେଳେ ଅଭିଯୁକ୍ତ ଶଶାଙ୍କ ତାକୁ ଉଠେଇ ନେଇ ଜବରଦସ୍ତ ଦୁଷ୍କର୍ମ କରିଥିଲା ଓ କାହାକୁ ନ ଜଣାଇବା ପାଇଁ ଧମକ ଦେଇଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ଗାଙ୍ଗପୁର ଥାନା ରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ନଂ ୩୭୯/୨୨ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ କରି ଅଭିଯୁକ୍ତ ଶଶାଙ୍କ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

0
0
0
s2sdefault