ହେଡଲାଇନସ୍:

ଯୁବ ମିଠା ବ୍ୟବସାୟୀ ମାନଙ୍କ ସୁବିଧାଅସୁବିଧା ବୁଝିଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଭିନଳା ଗ୍ରାମ ଗ୍ରସ୍ତ କରିଥିଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ଏହି ଗ୍ରାମ ରେ ବହୁ ବର୍ଷ ଧରି ମିଠା ବ୍ୟବସାୟ କରିଆସୁଛନ୍ତି, ବର୍ତ୍ତମାନ ମଧ୍ୟ ଯୁବକ ମାନେ ମିଠା ବ୍ୟବସାୟ କରି ନିଜ ପରିବାର ପୋଷଣ କରିଥାନ୍ତି , ଆଜି ବିଧାୟକ ଭିନଳା ଗ୍ରାମ ଯାଇ ଯୁବ ମିଠା କାରିଗର ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟ ବିଷୟରେ ଆଲୋଚନା କରିଥିଲେ। ଯେଉଁ ଯୁବ ବ୍ୟବସାୟୀ ମାନଙ୍କ ଆର୍ଥିକ ସମସ୍ୟା ରହିଛି। ସେମାନଙ୍କ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବବୋଲି ବିଧାୟକ ରୂପେସ ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଛନ୍ତି।
ଆସନ୍ତା ମାସରେ ରଥଯାତ୍ରା ଏଠାରୁ ବିଭିନ୍ନ ରୋକମ୍ ର ମିଠା ତିଆରି ହୋଇ ପାରଳାଖେମୁଣ୍ଡି ରଥଯାତ୍ରା ରେ ବିକ୍ରି ହୋଇଥାଏ। ସେହି ଭଳି ବର୍ଷ ସାରା ମିଠା ତିଆରି କରି ବ୍ୟବସାୟୀ ମାନେ ରାଜ୍ୟ ଓ ରାଜ୍ୟ ବାହାରକୁ ମଧ୍ୟ ମିଠା ପଠାଇ ବ୍ୟବସାୟ କରିଥାନ୍ତି ଯୁବ ବ୍ୟବସାୟୀ ମାନେ। ଏହି ଆଲୋଚନା ସମୟରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ଭିରରାଜୁ , ଗ୍ରାମ ର ଯୁବ ବ୍ୟବସାୟୀ ଜଗା ପ୍ରଧାନ , କମେଶ୍ୱର୍ ସ୍ୱାଇଁ , ନୀଳମାଧବ ପଣ୍ଡା , ମୋହନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault