ହେଡଲାଇନସ୍:

ବିପର୍ଯ୍ୟୟ ମୁକାବିଲା ପାଇଁ ବାତ୍ୟାଶ୍ରୟ ସ୍ଥଳୀରେ ମକଡ୍ରିଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପ୍ରାକୃତିକ ବିପର୍ଯ୍ୟୟ ବେଳେ ଧନଜୀବନ ସୂରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅସ୍ତରଙ୍ଗବ୍ଲକ ଅଞ୍ଚଳ ର ୧୭ଟି ବାତ୍ୟାଶ୍ରୟସ୍ଥଳୀରେ ମକଡ୍ରିଲ୍ (ସାମୁହିକ ଅଭ୍ୟାସ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଝାଡଲିଙ୍ଗ ପଞ୍ଚାୟତ ମଧୁପୁର ଆଶ୍ରୟସ୍ଥଳୀ କାର୍ଯ୍ୟକ୍ରମରେ ବିଡ଼ିଓ ସସ୍ମିତା ବେହେରା,ଝାଡଲିଙ୍ଗ ସରପଞ୍ଚ ବୃନ୍ଦାବନ ନାୟକ,ଏନଜିଓ ଆଶାର ଅନୁସୟା ପରିଡା ସମେତ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ | ସେହିପରି ନମାରୋ, କେନ୍ଦ୍ରାପାଟି, କେଉଟଜଙ୍ଗା, କୁଣ୍ଡେଶ୍ଵର ରତନପୁର,ତାଳଦା, ଡ଼ିହକରଡ଼ା ,ଖଣ୍ଡାସାହି, ମୁଦୁଗଲ, ତଣ୍ଡାହର,ବାଲିପନ୍ତାଳ,କାଳିଆକଣ,ପାଟସୁନ୍ଦରପୁର,ନୂଆଗଡ ଓ ନଗର ପ୍ରମୁଖ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ରମରେ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ | ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ନିୟମାବଳୀ ଅନୁଯାୟୀ ବନ୍ୟା ବାତ୍ୟା ବେଳେ ସାଇରନ୍ ବାଜିବା ସହ କିଭଳି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚନା ଦେବାକୁ କୁହାଯାଇଛି | ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବାହିନୀର ଦକ୍ଷ କର୍ମକର୍ତ୍ତା ଯୋଗଦେଇ ବିପର୍ଯ୍ୟୟ ବେଳେ କିଭଳି ଧନଜୀବନ ସୂରକ୍ଷା ହୋଇପାରିବ ଲୋକଙ୍କୁ ବୁଝାଇଥିଲେ | ସମୁଦ୍ର ନିକଟବର୍ତ୍ତୀ ତଥା ତଳିଆ ଅଞ୍ଚଳର ଲୋକମାନେ ସାମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ନିକଟସ୍ଥ ବାତ୍ୟାଶ୍ରୟ ସ୍ଥଳୀରେ ଆଶ୍ରୟ ନେବାକୁ କୁହାଯାଇଛି | ବନ୍ୟା ବା ବାତ୍ୟା ସମୟରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଟିମ୍ କିପରି ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧାବୃଦ୍ଧଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ବା ଉଦ୍ଧାର କରିହେବ ସେ ସମ୍ପର୍କରେ ଏକ ପ୍ରଶିକ୍ଷଣ ଦେବା ସହ ଡେମୋ ଦେଖାଇଥିଲେ | ଧନଜୀବନ ରକ୍ଷା ନିମନ୍ତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପ୍ରସ୍ତୁତି,ସ୍ଥାନୀୟ ଆଶ୍ରୟସ୍ଥଳୀ ପରିଚାଳନା କମିଟି ଦ୍ୱାରା ପାନୀୟ ଜଳ,ବିଦ୍ୟୁତ୍,ଶୌଚାଳୟ ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିବା ସହ ସବୁପ୍ରକାର ସୁବିଧା ଯୋଗାଇଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଛି |

0
0
0
s2sdefault