ହେଡଲାଇନସ୍:

କହିଁପେ ନୀଗାହେ, କହିଁପେ ନିଶାନା 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଜିଲ୍ଲାପାଳଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ

ଆଦିବାସୀ ବିକାଶରେ ବାଧକ ସାଜିଛି ପ୍ରଶାସନିକ ଛକାପଂଜା  

ସୁପର ଜିଲ୍ଲାପାଳ ସାଜିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ !!!!!!!

ବାରିପଦାରୁ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲାପାଳ ଜିଲାର ଆଦିବାସୀମାନଙ୍କ ସାମାଜିକ , ଅର୍ଥନୈତିକ ବିକାଶରେ ବାଧକ ସାଜିଥିବାର ଅଭିଯୋଗ ହେଉଛି । ଜିଲାପାଳଙ୍କ କାର୍ଯ୍ୟକରିବାର ତରିକାକୁ ନେଇ ସେ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛନ୍ତି । ପ୍ରଥମେ ପୂର୍ବତନ ଜିଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ସମୟରେ ହୋଇଥିବା କାର୍ଯ୍ୟର ତଦନ୍ତ କରାଇ ସମୟ ସହିତ ମେନ ପାୱାର ଓ ସାଧାରଣ ଜନତାଙ୍କ ଅର୍ଥକୁ ଅପଚୟ କରାଇ ଚର୍ଚ୍ଚା ପରିସରକୁ ଆସିଥିବା ବେଳେ ଶିକ୍ଷକ ବଦଳି ପ୍ରସଙ୍ଗକୁ ନେଇ ବିଦାଳୟଗୁଡ଼ିକରେ ତାଲା ଓ ଛାତ୍ରଛାତ୍ରୀ ଆନେ୍ଦାଳନ ଘଟଣା ପରେ ବର୍ତ୍ତମାନ ନିର୍ବାଚିତ ଲୋକପ୍ରିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବିଷୟ ଉପରେ ବିଜେପି ଅଭିଯୋଗ ଆଣି ଜିଲାପାଳଙ୍କ ନାମରେ ମାମଲା ରୁଜୁ କରିବା ସଂଗେସଂଗେ ତାଙ୍କର ଗିରଫଦାରୀ ଦାବି ନେଇ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆନେ୍ଦାଳନ ଆରମ୍ଭ କରିଛି । ଏପରିକି ଜିଲ୍ଲାପାଳଙ୍କ ଆଚରଣକୁ ନେଇ ବିଜେପି ନିର୍ବାଚିତ ପ୍ରତିନିଧି ମାନେ ଖୋଦ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିବା ସହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ସାକ୍ଷାତ କରି ଆଲୋଚନା କରିଛନ୍ତି  ଏଥିସହିତ ଜିଲାରେ ଅନୁସୂଚିତ ଜନଜାତି ବର୍ଗର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଉନ୍ନୟନ  ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇ ଦେଉଥିବା ଆର୍ଥିକ ଅନୁଦାନ ରାଶିର କାର୍ଯ୍ୟକାରିତାକୁ କେନ୍ଦ୍ର କରି ଅଧିକ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି । ଏବେ ବିଭିନ୍ନ ଆଦିବାସୀ ଉନ୍ନୟନା ସଂସ୍ଥାର କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ଭଳି ଏବେ ଏକ ଚିଠି ଜାରି କରି ଚର୍ଚ୍ଚା ବିଷୟ ପାଲଟିଛନ୍ତି । ଅବଶ୍ୟ ତାଙ୍କର ଏପରି କରିବା ପଛରେ କି ମହତ ଉଦ୍ଦେଶ୍ୟ ଅଛି ଜିଲ୍ଲାପାଳ ମହୋଦୟଙ୍କ ଜଣା! ହେଲେ ଏବେ ଚର୍ଚା ଏହା କୁଆଡେ କହିଁପେ ନୀଗାହେଁ କହିଁପେ ନିଶାନା ବୋଲି ଚର୍ଚ୍ଚା ହେଉଛି !

            ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ୧୯୪୯ ଜାନୁଆରୀ  ୧ରୁ ମିଶ୍ରଣ ହେବା ଓ ସ୍ୱତନ୍ତ୍ର ଜିଲା ଭାବେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଜାନୁଆରୀ ୨ରୁ ଶାସିତ ହେବା ପରେ ଜିଲା ଏକ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲା ଭାବେ ଓଡ଼ିଶା ମାନଚିତ୍ରରେ ନିଜର ନାମ ଯୋଡ଼ି ହୋଇଯାଇଛି । ଜିଲାରେ ବସବାସ କରୁଥିବା ଆଦିବାସୀମାନଙ୍କ ସାମାଜିକ, ଅର୍ଥନୈତିକ ଆଦି ବିଭିନ୍ନ କ୍ଷେତ୍ରରେ ସାମଗ୍ରିକ ବିକାସ ସାଧନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବାରିପଦା, କପ୍ତିପଦା, ରାଇରଙ୍ଗପୁର ଓ କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ମୋରଡ଼ା ଲୋଧା ଉନ୍ନୟନ ସଂସ୍ଥା, ଯଶିପୁର ଖଡ଼ିଆ ମାଙ୍କଡ଼ିଆ ହିଲ ଉନ୍ନୟନ ସଂସ୍ଥା ସହିତ ଜିଲା ମଙ୍ଗଳ ବିଭାଗ ମାଧ୍ୟମରେ ଯୋଗାଇ ଆସୁଛନ୍ତି । ଏହି ସମସ୍ତ କାର୍ଯ୍ୟାଳୟର ପରିଚାଳନା ଦାୟତ୍ୱରେ ସ୍ୱତନ୍ତ୍ର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ରହିଥିବା ବେଳେ ପରିଚାଳନା ଦାୟିତ୍ୱରେ ଜଣେ ସିନିଅର ଓଏଏସ ପଦାଧିକାରୀ, ଅଧିକାରୀ ଓ କର୍ମଚାରୀମାନଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ଏବଂ ଜିଲାର ମୁଖିଆ ଭାବେ ଜିଲାପାଳ ଏହାର ଅଧ୍ୟକ୍ଷ ରହିଛନ୍ତି । ମାତ୍ର ଜିଲାପାଳ ତାଙ୍କ କ୍ଷମତାର ଅପବ୍ୟବହାର ପ୍ରଦର୍ଶନ ପୂର୍ବକ ଜିଲାରେ ରହିଥିବା ୪ଟି ଆଦିବାସୀ ଉନ୍ନୟନ ସଂସ୍ଥା, ଖଡ଼ିଆ ମାଙ୍କଡ଼ିଆ ହିଲ ଉନ୍ନୟନ ସଂସ୍ଥା ଓ ଲୋଧା ଉନ୍ନୟନ ସଂସ୍ଥା ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ବାବଦରେ ଆଦିବାସୀମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଜନକଲ୍ୟାଣକାରୀ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଜିଲାପାଳ ଲଗାଇଥିବା ଅଙ୍କୁଶ ନେଇ ବିବାଦ ଆରମ୍ଭ ହୋଇଛି । ଜିଲାପାଳଙ୍କ ସ୍ୱାକ୍ଷରରେ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୬୨୬୫/ ୩୦.୦୮.୨୦୧୭ରେ ଉପରୋକ୍ତ ସମସ୍ତ କାର୍ଯ୍ୟାଳୟକୁ ଏକ ଆଦେଶନାମା ଜାରି କରାଯାଇଛି, ଯେଉଁଥିରେ ଉପରୋକ୍ତ କାର୍ଯ୍ୟାଳୟଗୁଡ଼ିକରେ ଆଦିବାସୀମାନଙ୍କ ବିକାଶ ନିମନ୍ତେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଯାଇଛି । ପତ୍ରକୁ ବିଷ୍ଳେଷଣ କଲେ ତା ମଧ୍ୟରେ ବହୁ ଅଡ଼ୁଆ ସୂତାର ଖିଅ ଉଙ୍କିମାରି ବାହାରକୁ ଦେଖାଯାଉଛି । ପୁଣି ଉକ୍ତ ଆଦେଶନାମାରେ ବିଭାଗଗୁଡ଼ିକରେ ରହିଥିବା ପ୍ରଶାସନିକ ଅଧିକାରୀମାନଙ୍କର କ୍ଷମତାକୁ ସଂଙ୍କୁଚିତ କରାଯାଇଥିବା ବିଷୟକୁ ନେଇ ମଧ୍ୟ ଜିଲାରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀମାନେ ସ୍ୱାଧୀନ ଭାବେ କୌଣସି କାର୍ଯ୍ୟ କରିପାରୁ ନାହାନ୍ତି । ଫାଇଲ ପତ୍ର ଜିଲାପାଳଙ୍କ ଅନୁମୋଦନ ସହିତ ମୋହର ଲାଗିବା ପରେ ପାଶ ହେବାର ସୂଚନା ରହିଛି । ଏହା ଏକ ବିଳମ୍ବିତ ପଦ୍ଧତି ହୋଇଥିବାରୁ ସମ୍ପୃକ୍ତ  ବିଭାଗଗୁଡ଼ିକରେ କାର୍ଯ୍ୟରତ ଆଦିବାସୀ ଠିକାଦାରମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଜିଲାପାଳ ସମ୍ପୃକ୍ତ ବିଭାଗଗୁଡ଼ିକରେ ରହିଥିବା ପ୍ରଶାସନିକ ପଦାଧିକାରୀ, ଅଧିକାରୀ ଓ କର୍ମଚାରୀମାନଙ୍କୁ ବିଶ୍ୱାସକୁ ନେଇ ନ ପାରିବାରୁ ବିଭାଗୀୟ କାର୍ଯ୍ୟକୁ ନିଜେ ଗଠନ କରିଥିବା ଟେକନିକାଲ ଟିମ ଦ୍ୱାରା ତଦାରଖ କରାଉଛନ୍ତି । ଯାହାଫଳରେ ତାଙ୍କର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଉଛି । ମୟୂରଭଞ୍ଜ ଏକ ସ୍ୱତନ୍ତ୍ର ଜିଲା ଭାବେ କାର୍ଯ୍ୟ ଆରମ୍ଭ କରିବା ସମୟରୁ ୪୬ ଜିଲାପାଳ ଦାୟିତ୍ୱ ଗ୍ରହଣ କରିବା ପରେ ମୋଟ ୪୭ ଜିଲାପାଳ ଦାୟିତ୍ୱ ଭାର ଗ୍ରହଣ କରିସାରିଥିଲେ ମଧ୍ୟ ବର୍ତମାନର ଜିଲା ମୁଖିଆଙ୍କ କାର୍ଯ୍ୟ କରିବାର ତରିକା ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଏହା ରାଜ୍ୟରେ ପଥମ ଘଟଣା ବୋଲି ସମ୍ପୃକ୍ତ ବିଭାଗରେ କାର୍ଯ୍ୟରତ ଆଦିବାସୀ ଠିକାଦାର ଅଭିଯୋଗ ଆଣିଛନ୍ତି । ଉକ୍ତ ଠିକାଦାର ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ପଶାସକ ମୁଖିଆ ସହିତ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି । ସେହି ପରି ଜିଲା ମଙ୍ଗଳ ଅଧିକାରୀ ମଧ୍ୟ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ହୋଇଥିବା ବେଳେ ସେ ସମାନ ସ୍ତରର ପ୍ରଶାସନିକ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେବାର ଅଧିକାରକୁ ନେଇ ପ୍ରଶ୍ନ ଉଠାଇବା ସଂଗେସଂଗେ ଏହା ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକଙ୍କ ପଦ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି । ଏଥି ସହିତ ଜିଲାପାଳଙ୍କ ଇଙ୍ଗିତରେ ଏହି ପ୍ରକାରର ନିୟମ କାନୁନ ପ୍ରଚଳନ ହେବା ଫଳରେ ଜିଲାରେ ଆଦିବାସୀମାନଙ୍କ ନିମନ୍ତେ ହେଉଥିବା ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନୂତନ ବ୍ୟବସ୍ଥା ମଧ୍ୟରେ ଶାସନ ଆରମ୍ଭ ହୋଇଥିବାରୁ ଜିଲାରେ ଆଦିବାସୀ ଠିକାଦାରମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାଙ୍କର ଜୀବନ ଜିବୀକାକୁ ଏହା ବେଶ ପ୍ରଭାବିତ କରାଇଛି । ତେଣୁ ସମ୍ୃକ୍ତ ବିଭାଗଗୁଡ଼ିକରେ କେବଳ ଆଦିବାସୀ ଠିକାଦାରମାନେ କାର୍ଯ୍ୟ କରିବା ନିମନ୍ତେ ରହିଥିବା ସରକାରଙ୍କ ନିୟମ ବ୍ୟବସ୍ଥା ମଧ୍ୟରେ ଆଦିବାସୀ ଠିକାଦାରମାନେ କାର୍ଯ୍ୟକରି ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବା ଓ କ୍ଷତିର ସମ୍ମୁଖୀନ ହେଉଥିବାରୁ ଏ ପ୍ରଶାସନିକ ଟଣାଓଟରାରୁ ସେମାନେ ଠିକାଦାରୀ କାର୍ଯ୍ୟ କରିବା ପାଇଁ ପଛଘୁଂଚା ଦେଉଛନ୍ତି । ଏହି ପ୍ରକାରର ନିୟମ କାନୁନ ବ୍ୟବସ୍ଥା ଜାରି ରହିଲେ ଆଦିବାସୀ ଠିକାଦାରମାନେ ଟେଣ୍ଡର ପ୍ରକ୍ରିୟାକୁ ବର୍ଜନ କରିବେ ବୋଲି ଆମର ମୟୂରଭଞ୍ଜ ଜିଲା ପ୍ରତିନିଧିଙ୍କୁ ଏକ ସାକ୍ଷାତକାର ମାଧ୍ୟମରେ ସୂଚନା ଦେଇଛନ୍ତି ।

 ଆଦିବାସୀ ଠିକାଦାରଙ୍କ ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରିବା ନିମନ୍ତେ ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବ୍ରହ୍ମାନନ୍ଦ ବେହେରାଙ୍କୁ ତାଙ୍କର ସେଲ ନମ୍ବର ୯୪୩୭୧୯୨୯୯୯ରେ ଯୋଗାଯୋଗ କରିବାରୁ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ ଏବଂ ଏହି ଧରଣର କୌଣସି ପତ୍ର ଆସିଥିବା ଭଳି ତାଙ୍କର ମନେ ହେଉ ନାହିଁ । ତେବେ ଆପଣ କାର୍ଯ୍ୟାଳୟକୁ ଆସନ୍ତୁ କଣ ହୋଇଛି ଦେଖି କହିବି ବୋଲି ଉତର ଦେଇଥିଲେ  । ସେହିପରି ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରାଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର ୯୧୭୮୮୭୧୬୫୭ରେ ଓ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କୁ ସେଲ ନମ୍ବର ୮୨୮୦୦୬୬୮୫୮ରେ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା ।

 ତେବେ ବର୍ତ୍ତମାନ ଜିଲାରେ ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ସୁପର ଜିଲାପାଳ ବୋଲି ଜିଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜିଲାପାଳ ଶ୍ରୀମୀନା  ଜିଲା ମଙ୍ଗଳ ଅଧିକାରୀଙ୍କୁ ମାତ୍ରାଧିକ ପ୍ରାଧାନ୍ୟ ଦେଉଥିବାରୁ ଏହା ପଛରେ ରହିଥିବା କାରଣ ଖୋଜିବା ଆରମ୍ଭ କରିଛନ୍ତି ଜନସାଧାରଣ । ଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀ ପୂର୍ବ ହେଡ଼କ୍ୱାଟାରେ କାର୍ଯ୍ୟ କରୁଥିଲେ ଓ ସେଠାରେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହି ଆସିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । 

 

0
0
0
s2sdefault