ହେଡଲାଇନସ୍:

ଗୁଣୁପୁର ଭାଜପା ପକ୍ଷରୁ ଦୀପ ପ୍ରଜ୍ୱଳନ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୧୨ ବର୍ଷର ସୁଶାସନ ଓ ୪୩୯୯ ଦିନର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ସଫଳ ଯାତ୍ରା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେହି ପରିପ୍ରେକ୍ଷୀରେ ଗୁଣୁପୁର ଭାଜପା ପକ୍ଷରୁ ଆଜି ସନ୍ଧ୍ୟାରେ ଗୁଣୁପୁର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରକୁ ମଧ୍ୟ ପାଳନ କରାଯାଇଥିଲା। ଦେଶବ୍ୟାପୀ ଭାବେ ଭାଜପା ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନସମ୍ପର୍କ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତି, ଜିଲ୍ଲା ଉପସଭାପତି ଶ୍ରୀନିବାସ ସ୍ୱାଇଁ, ଭଗବାନ ଚୌଧୁରୀ, ଜଗଦୀଶ ପାତ୍ର, ଗୋପାଳ କୃଷ୍ଣ ଦେବ ପାତ୍ର, ଈଶ୍ୱର ଗୋମାଙ୍ଗୋ, ବାଲାଜୀ ପାଣିଗ୍ରାହୀ, ଗୁଡୁଲା ଗୋବିନ୍ଦ, ସଂଗ୍ରାମ କିଶୋର ସାହୁ, ପୃଥ୍ୱୀରାଜ ପାଢ଼ୀ, ହିମକାନ୍ତ ମହାପାତ୍ର, ପ୍ରଶାନ୍ତ କୁମାର ପାତ୍ର, ପିଙ୍କି ମହାପାତ୍ର, ଅମର କୁମାର ସାହୁ, ସତ୍ୟସୁନ୍ଦର କର, ଏସ୍‌. ଭାର୍ଗବ ଓ କିରଣ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ସମସ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦେଶ ଓ ରାଜ୍ୟର ସୁଖ, ଶାନ୍ତି, ସମୃଦ୍ଧି ଏବଂ ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରାର୍ଥନା କରିଥିଲେ। ଶେଷରେ ଜୟ ଜଗନ୍ନାଥ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା।

0
0
0
s2sdefault