ହେଡଲାଇନସ୍:

ମୃତ୍ୟୁର ୩ ମାସ ଉର୍ଦ୍ଧ ବିତିଯାଇଥିଲେ ହେଁ ଆସାମୀକୁ ପୋଲିସ ଗିରଫ କରୁ ନଥିବାରୁ ପରିବାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବସ୍ତା ୧୦/୬ :ମୃତ୍ୟୁର ତିନି ମାସ ପରେ ବି ମୃତଙ୍କ ପରିବାରଙ୍କୁ ନ୍ୟାୟ ନ ମିଳିବାରୁ ନ୍ୟାୟ ପାଇଁ ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀରେ ଖୋଭ ପ୍ରକାଶ କରିଛନ୍ତି।ଘଟଣାରୁ ପ୍ରକାଶ ଏହି କି ଯେ,ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତ ରେ ଗତ ଫେବୃଆରୀ ୨ ତାରିଖରେ କୁଳିଦା ପଞ୍ଚାୟତର ପିତା ସୁରେନ୍ଦ୍ର ସାମଲ ଓ ମାତା ଆରତୀ ସାମଲଙ୍କ ସାନପୁଅ ମିଲନ କୁମାର ସାମଲ ତାଙ୍କ ବଡ ପୁଅଙ୍କ ସଦାନଦପୁର ଗ୍ରାମର ଶଶୁର ରବିନ୍ଦ୍ର ନାୟକ ଘରକୁ ଯାଇଥିଲେ।ତେବେ ମିଲନ କୁମାର ସାମଲ ଙ୍କୁ ବଡ ଭାଇ ଶଶୁର,ଶାଶୁ,ଝିଅ ଓ ୪/୫ ଜଣ ସହଯୋଗୀ ଯୋଜନା ବଦ୍ଧ ଭାବେ ପିଟି ପିଟି ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।ମିଲନଙ୍କ ମୃତ୍ୟୁ ପରେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ହେଲେ ପୋଲିସ କେଶ ନମ୍ବର ୦୧୮୪/୨୬.୦୩.୨୦୨୬ ମାମଲା ରୁଜୁ କରି ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ପରିବାର ଲୋକେ ଅସ ନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷେ ବଡ ଭାଇ ଶଶୁର ଘର ଲୋକେ ବାରମ୍ବାର କେଶ ଉଠାଇବା ଧମକ ଦେବା ସହିତ ଜୀବନ ରୁ ମାରିଦେବା ଧମକ ଦେଉଛନ୍ତି।ନଚେତ ବସ୍ତା ଥାନା ବାବୁଙ୍କ ଦ୍ୱାରା ଏହି ମକର୍ଦ୍ଦମାକୁ ତଦନ୍ତ ନ କରି ଫାଇନାଲ ରିପୋର୍ଟ କରି ଦେବୁ ବୋଲି ମଧ୍ୟ ଧମକ ଦେଉଛନ୍ତି।ସୂଚନା ଥାଉ କି ଯେ,ମିଲନ ଙ୍କ ପୋଷ୍ଟମର୍ଟମ ସମୟରେ ପୋଷ୍ଟମୋର୍ଟମ ରିପୋ ର୍ଟରେ ମିଲନ ଙ୍କ ମା କିମ୍ବା ପରିବାର ଲୋକେ କେହି ଉପସ୍ଥିତ ନଥିଲେ କିମ୍ବା ରିପୋର୍ଟରେ ଦସ୍ତଖତ କରି ନଥିବା କହିବା ସହିତ ପରିବାର ଲୋକେ ଅଜ୍ଞାତରେ ପୋଷ୍ଟମର୍ଟମ କରାଯାଇଛି ଏବଂ ତାଙ୍କର ନାବାଳିକା ଝିଅକୁ ଅବିବାହିତ ପୁଅ ମିଲନଙ୍କ ପତ୍ନୀ ଦର୍ଶାଇ ପୋର୍ଷ୍ଟମର୍ଟମ କରିଛନ୍ତି।ଅଭିଯୁକ୍ତ ମାନେ ଉକ୍ତ ମକର୍ଦ୍ଧମା ଗିରଫ ହୋଇ ନଥିବାରୁ ସେମାନେ ସାକ୍ଷୀମାନଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ଜୀବନରୁ ମାରିଦେବା ଧମକ ଦେଉଥିବା ଓ ପ୍ରମାଣ ନଷ୍ଟ କରିଦେବାର ଚେଷ୍ଠା ଚଳାଉଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ମିଲନଙ୍କ ପରିବାର ଲୋକେ ଏତଲାର ମୁତାବକ ତଦନ୍ତ କରାଯାଇ ଆସାମୀମାନଙ୍କୁ ଗିରଫ କରି ଉଚିତ ଦଣ୍ଡ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଆକୁଳ ନିବେଦନ କରିଛନ୍ତି।ଜୀବନରୁ ମାରିଦେବା ଧମକ ଦେଇଥିବାରୁ ଭୟରେ ଅଛନ୍ତି ପରିବାର ଲୋକେ। ଉଚିତ ନ୍ୟାୟ ନ ମିଳିଲେ ପରିବାର ଲୋକେଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି।

0
0
0
s2sdefault