ପଦ୍ମପୁର:- ଖଇର କାଠ ଚୋରାଚାଲାଣ ଅଭିଯୋଗ ରେ ପିକଅପ୍ ଭ୍ୟାନ ଜବତ କରିଛି ପଦ୍ମପୁର ବନ ବିଭାଗ। ଗାଇସିଲାଟ ଅନ୍ତର୍ଗତ କଣ୍ଟାବାହାଲ ଠାରେ କାଠ ଚୋରାଚାଲାଣ ହେଉଥିବା ସୂଚନା ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ନିଜ ଟିମ ସହ ଚଢ଼ାଉ କରି ୧୪.୬୫ କ୍ଵିଣ୍ଟାଲ କାଠ ସହ ଭ୍ୟାନ (CG06GX9447) ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଜବତ କାଠ ର ଆନୁମାନିକ ମୂଲ୍ୟ ୭୩୨୫୦ ଟଙ୍କା ହେବ। ଏହି ଚଢାଉ ରେ ଗାର୍ଡ ଅଜୟ ଦାସ,ସଲିମ ପ୍ରଧାନ,ମନ ଠେଟୁଆ,ଦିଲ୍ଲୀପ ବଢ଼େଇ ପ୍ରମୁଖ ସାମିଲ ଥିଲେ।
ରାଜ୍ୟ
ଖଇର କାଠ ସହ ପିକଅପ୍ ଭ୍ୟାନ୍ ଜବତ।
- Hits: 19







