ହେଡଲାଇନସ୍:

ଜାତୀୟ ରାଜପଥ-୨୬ରେ ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଟ୍ରକ ଧକ୍କାରେ ଦୁଇ ଟ୍ରକ ଚାଳକଙ୍କ ମୃତ୍ୟୁ, ଚାଳକ ଫେରାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଖଜୁରୀପଡା ଗାଁ ନିକଟସ୍ଥ ଜାତୀୟ ରାଜପଥ-୨୬ ଉପରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଏକ ଅଜଣା ଟ୍ରକର ଧକ୍କାରେ ଦୁଇ ଜଣ ଟ୍ରକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଦୁଇଟି ଟ୍ରକ ମଣ୍ଡିରୁ ଧାନ ଆଣି ଉତ୍କେଲାସ୍ଥିତ ଓରିଆନ ରାଇସ୍ ମିଲ୍‌କୁ ଖାଲି କରିବା ପାଇଁ ଆସିଥିଲା। ମିଲ୍‌ ନିକଟରେ ରାସ୍ତା କଡ଼ରେ ଟ୍ରକ ରଖି ଦୁଇ ଚାଳକ ଗାଡ଼ି ପାଖରେ ଠିଆ ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଅଭିଯୁକ୍ତ ଟ୍ରକ ଚାଳକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଫେରାର ଟ୍ରକ ଓ ତାହାର ଚାଳକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ନିକଟସ୍ଥ ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ସୂତ୍ର ଖୋଜୁଥିବା ଜଣାପଡ଼ିଛି।
ଏହି ଅଭାବନୀୟ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ମୃତ ଚାଳକମାନଙ୍କ ପରିଚୟ ସମ୍ପର୍କରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

0
0
0
s2sdefault