ହେଡଲାଇନସ୍:

ପଞ୍ଚମ ରେଳ ଲାଇନ ଏବଂ ନୂତନ ଓଭରବ୍ରିଜ ପାଇଁ ବନ୍ଧମୁଣ୍ଡା ଫଟାପାଇପ୍ ଗୁଆଲା ପଟ୍ଟିରେ ଚାଲିଲା ବୁଲଡୋଜର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଳବାଇ, ଆରଏସପି ଓ ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ ଅବ୍ଯାହତ

ରାଉରକେଲା,(ବସନ୍ତ କୁମାର ଜେନା) :ରେଳବାଇର ପଞ୍ଚମ ଲାଇନ୍ ବିସ୍ତାରକରଣକୁ ନେଇ ପ୍ରାୟ ୬୦ ବର୍ଷ ତଳେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ରିଂରୋଡ ଉପରେ ଥିବା ପୁରୁଣା ଓଭରବ୍ରିଜ ପରିବର୍ତ୍ତେ ନୂତନ ଓଭରବ୍ରିଜ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ରାଉରକେଲା ପୋଲିସ୍ ପ୍ରଶାସନ, ରାଉରକେଲା ଇସ୍ପାତ କାରଖାନା ଏବଂ ରେଳବାଇ ପକ୍ଷରୁ ରିଂରୋଡକୁ ଲାଗିକରି ଥିବା ବନ୍ଧମୁଣ୍ଡା ରାସ୍ତାର ଫଟା ପାଇପ୍ ଗୁଆଲା ବସ୍ତିର ଉଚ୍ଛେଦ କାର୍ଯ୍ଯ ଆରମ୍ଭ କରାଯାଇଛି। ଏହାପରେ ରେଳ ଲାଇନ୍ ଅପରପାର୍ଶ୍ୱରେ ଥିବା ରହମତ୍ ନଗରକୁ ମଧ୍ଯ ଉଚ୍ଛେଦ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଆଜି ସକାଳେ ପୋଲିସ୍ ପ୍ରଶାସନ, ରେଳ ବିଭାଗ ଏବଂ ଆରଏସ୍‌ପି ପକ୍ଷରୁ ଦୁଇଟି ବୁଲଡୋଜର ସାହାଯ୍ୟରେ ବସ୍ତି ଉଚ୍ଛେଦ କାର୍ଯ୍ଯ ଆରମ୍ଭ କରାଯାଇଛି। ଏକ ନୂଆ ଓ ବଡ ଓଭରବ୍ରିଜ ଏବଂ ରାସ୍ତା ନିର୍ମାଣ ପାଇଁ ଏହି ଉଚ୍ଛେଦ କାର୍ଯ୍ଯ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଭରବ୍ରିଜ ନିର୍ମାଣ ପାଇଁ ଆବଶ୍ୟକୀୟ ହେଉଥିବା ନିର୍ମାଣ ସାମଗ୍ରୀ ଓଭରବ୍ରିଜ ନିର୍ମାଣ ସ୍ଥଳକୁ ଯିବା ପାଇଁ ଏହି ଉଚ୍ଛେଦ କାର୍ଯ୍ଯ ଜାରି ରହିବ। ଏହାପରେ ଓଭରବ୍ରିଜକୁ ସଂଯୋଗ କରୁଥିବା ରିଂରୋଡ ମଧ୍ଯ ବିସ୍ତାରକରଣ କରାଯିବ ବୋଲି ଆରଏସପି ପକ୍ଷରୁ ସୂଚନା ମିଳିଛି। ଏହି ବିସ୍ତାରକରଣକୁ ନେଇ ରିଂରୋଡ ନିକଟରେ ଥିବା ସେକ୍ଟର-୨୧ର ରହମତ୍ ନଗର ମଧ୍ୟ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଅପରାହ୍ନ ସୁଦ୍ଧା ଉଚ୍ଛେଦ କାର୍ଯ୍ଯ ଜାରି ରହିଥିବା ବେଳେ ଏଥିରେ ଓଡିଶା ପୁଲିସର ବରିଷ୍ଠ ଅଧିକାରୀ, ଓଡିଶା ପୁଲିସ୍ ରିଜର୍ଭ ବାଟାଲିୟନ, ଓଏସ୍ଏଏଫ୍ ଜଓ୍ବାନ, ରେଲୱେ ପ୍ରୋଟେକ୍ସନ ଫୋର୍ସ ଏବଂ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର କର୍ମଚାରୀମାନେ ମୁତୟନ ରହିଥିବା ଦେଖାଯାଇଥିଲା।

0
0
0
s2sdefault