
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ସହରଠୁ ମାତ୍ର ଛଅ କିଲୋମିଟର ଦୁରରେ ଅର୍ଥାତ୍ ଫୁଲବାଣୀ ରାସ୍ତା ରେ ପଡ଼େ ବନଦେବୀ ମାଁ ସୋରାଦେବୀ ଙ୍କ ଭବ୍ୟ ଆକର୍ଷଣୀୟ ମନ୍ଦିର। ଏହାର ବାୟୁମଣ୍ଡଳ ବାତାବରଣ ଓ ପରିବେଶ ଅତ୍ୟନ୍ତ ସୁନ୍ଦର ଓ ମନମୁଗ୍ଧକର ହୋଇଥିବାରୁ ଏଠାକୁ ବର୍ଷ ତମାମ ଅନେକ ପର୍ଯ୍ୟଟକ ଓ ଜନସାଧାରଣ ଭୋଜିଭାତ, ମେଳା, ମହୋତ୍ସବ, ବୈଠକ ଓ ପର୍ବ ପର୍ବାଣୀ ପାଇଁ ଆସନ୍ତି। କିନ୍ତୁ ବିଶୁଦ୍ଧ ପାନୀୟ ଜଳର ଅଭାବ ଥିବାରୁ, ଏଠାକୁ ଆସୁଥିବା ଜନସାଧାରଣ ପିଇବା ପାଣି ପାଇଁ ଅସୁବିଧା ଭୋଗ କରିଥାନ୍ତି। କିନ୍ତୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ, ସୋରାଦେବୀ ମନ୍ଦିର କମିଟି ର ଓ ସ୍ଥାନୀୟ କେତେକ ଜନସାଧାରଣ ଏହା ବିଷୟରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଅବଗତ କରାଇଥିଲେ। ଯାହାଫଳରେ ଆଜି ବୋରୱଲ ତିଆରି ପାଇଁ ସ୍ଥାନ ନିରୂପଣ ହୋଇଛି। ସୁଚନା ମୁତାବକ ଆଜି ମାଁ ସୋରାଦେବୀ ମନ୍ଦିର କମିଟି ର ସଭାପତି ଦିଲ୍ଲୀପ କୁମାର ବିଷୋୟୀ,ମୁଜାଗଡ ଗ୍ରାମର ପୂର୍ବତନ ସରପଞ୍ଚ ଧୋବା ଗୈ।ଡ଼, ମନ୍ଦିର କମିଟି ସଦସ୍ୟ ମନୋଜ କୁମାର ନାୟକ,ସୁନୀଲ କୁମାର ମିଶ୍ର, ବିଜେପି ଟାଉନ ଉପସଭାପତି ବଳରାମ ପଣ୍ଡା ଙ୍କ ସହିତ ସ୍ଥାନୀୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଯନ୍ତ୍ରୀ ସ୍ଵାଇଁ ଉକ୍ତ ସ୍ଥାନକୁ ଯାଇ ସ୍ଥାନ ନିରୂପଣ କରିଛନ୍ତି। ସୁଚନା ମୁତାବକ ମନ୍ଦିର ସମ୍ମୁଖସ୍ଥ ଖାଲି ଥିବା ସ୍ଥାନରେ Borwell ଖୋଳାଯିବ ବୋଲି RWSS ଯନ୍ତ୍ରୀ ସ୍ୱ।ଇଁ ଙ୍କ ଦ୍ଵାରା ଯାଗା ଚିହ୍ନଟ ହୋଇଛି। ଏହି ଜନହିତକର କାର୍ଯ୍ୟ ଟି ହେବା ଦ୍ଵାରା ଅନେକ ଶ୍ରଦ୍ଧାଳୁ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କ ପାନୀୟ ଜଳର ସମସ୍ୟା ସମାଧାନ ହୋଇପାରିବ ବୋଲି ଅନୁମାନ କରାଯାଉଛି।
ରାଜ୍ୟ
ମନ୍ଦିରର ଶ୍ରଦ୍ଧାଳୁ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ପାଇଁ ବୋରୱେଲ ନିର୍ମାଣ ନିମନ୍ତେ, ସ୍ଥାନୀୟ RWSS ଯନ୍ତ୍ରୀ ଙ୍କ ଦ୍ଵାରା ସ୍ଥାନ ଚିହ୍ନଟ
- Hits: 85







