ହେଡଲାଇନସ୍:

ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ଯକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଯୋଗଦାନ କରିଥିଲେ। ଜିଲ୍ଲାରେ ଆଇନଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କୁ ତୁରନ୍ତ ନ୍ଯାୟ ପ୍ରଦାନ କରିବା ଉପରେ ଜୋର୍ ଦେଇଥିଲେ।
ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ମାନଙ୍କୁ ଜନସାଧାରଣଙ୍କ ନିକଟତର ହେବାକୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ତଦନ୍ତ ଆଇନ ମାମଲାର ଅଗ୍ରଗତି , ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ। ଏସପି ଶ୍ରୀ ମୀନା ମାମଲା ଗୁଡିକର ନିରପେକ୍ଷ , ଗୁଣାତ୍ମକ ଓ ସମୟବଦ୍ଧ ତଦନ୍ତ ଉପରେ ଗୁରୁତ୍ବାରୋପ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ମାମଲାର ତୁରନ୍ତ ସମାଧାନ , ନିର୍ଦ୍ଧାରିତ ସମୟରେ ଅଭିଯୋଗ ପତ୍ର ଦାଖଲ , ଫେରାର ଆସାମୀ ମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନଲାଇନ ଠକେଇ , ବ୍ୟାଂକ ଜାଲିୟାତି ଓ ସାମାଜିକ ଗଣମାଧ୍ୟମ ଦ୍ବାରା ହେଉଥିବା ଅପରାଧ ବିରୋଧରେ ଅଧିକ ତତ୍ପରତା ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଜନସାଧାରଣଙ୍କ ଠାରେ ସାଇବର ସଚେତନତା ବଢାଇବାକୁ କହିଥିଲେ। ଏହାଛଡା ମାଦକଦ୍ରବ୍ୟ ଓ ନିଶାକାରବାରକୁ ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ସୁଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ଯୁବଗୋଷ୍ଠୀଙ୍କୁ ଏଦିଗରେ ସଚେତନ କରିବାକୁ କହିଥିଲେ।

0
0
0
s2sdefault