ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ହାଇସ୍କୁଲ ରେ ଦଶମ ପାସ ପିଲାଙ୍କ ପାଇଁ କ୍ୟାରିଅର କାଉନସେଲିଂ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବି.ଇ.ଓ. ଶୁଭମ୍ କୁମାର ପତି,ଏ.ବି.ଇ.ଓ. ରାଧେଶ୍ୟାମ ମେହେର,ସାମ୍ବାଦିକ ଭାବରେ ବଡ଼ ଶତପଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଲତା ଆଣିବା ପାଇଁ ପତି ସାର୍ କ୍ୟାରିଅର କାଉନସେଲିଂ ବିଷୟରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ପ୍ରଥମେ ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମକୁ ଉଦଘାଟନ କରିଥିଲେ l ଛବିଳ ସେଠ୍ ଅତିଥି ପରିଚୟ ପ୍ରଦାନ କରିଥିଲେ l ବରଗଡ଼ ଜିଲ୍ଲା ପାଳଙ୍କ ଆଦେଶ ଅନୁସାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ,ବିଜେପୁର ବରଗଡ଼ ତିନି ଜଣ ଆର୍.ପି. ଦୁଃଖନାଶନ ଓରାମ, ଅବିନାଶ ପଧାନ,ଆୟୁଷ ପ୍ରଧାନ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ବିଶେଷ ସୁବିଧା ବିଷୟରେ ଜାଣିବା ପାଇଁ ଦୀର୍ଘ ସମୟ ଆଲୋଚନା କରିଥିଲେ ଯଥା ମାଗଣା ୟୁନଫର୍ମ ଓ ଯୋତା,ଅନୁସୂଚିତ ଜାତି ଜନଜାତି ଉପଜାତି ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଷ୍ଟାଇପେଣ୍ଡ ର ବ୍ୟବସ୍ଥା, ସୁରକ୍ଷା ଯୋଜନା ମାଧ୍ୟମରେ ସମସ୍ତ ତଥା ସବୁ ବର୍ଗ ର ଛାତ୍ରୀ ମାନଙ୍କ ପାଇଁ ଷ୍ଟାଇପେଣ୍ଡ ର ବ୍ୟବସ୍ଥା, ଆଇ.ଟି. କ୍ଲାସ ସ୍ମାର୍ଟ କ୍ଲାସ କମ୍ୟୁନିକେସନ କ୍ଲାସ ର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି l ୱାଇଫାଇ ର ବ୍ୟବସ୍ଥା, ଇ ଲାଇବ୍ରେରୀ ର ବ୍ୟବସ୍ଥା, ଟାଟା ଷ୍ଟ୍ରାଇବ ଦ୍ୱାରା ଶିକ୍ଷା ର ସ୍ୱତନ୍ତ୍ର ବ୍ୟବସ୍ଥା, ମେଧା ବୃତ୍ତି ର ବ୍ୟବସ୍ଥା, ଆପ୍ରେଣ୍ଟୀସିପ ର ବ୍ୟବସ୍ଥା,ଉନ୍ନତ ମାନର ତାଲିମ ପ୍ରଶିକ୍ଷଣ, ଉନ୍ନତ ମାନର ୱର୍କସପ, କ୍ରୀଡ଼ା ଓ ସଂସ୍କୃତି ର ସୁବିଧା,ସୁନ୍ଦର ପ୍ରାକୃତିକ ପରିବେଶ ଓ ଉଜ୍ବଳ ଆଲୋକ ର ବ୍ୟବସ୍ଥା ,ଶୀତଳ ପାନୀୟ ଜଳର ବ୍ୟବସ୍ଥା,ପ୍ରଶିକ୍ଷଣ ପରେ କ୍ୟାଂପସ ସିଲେକ୍ସନ ର ବ୍ୟବସ୍ଥା,କେନ୍ଦ୍ର ସରକାରଙ୍କ ଅଗ୍ନିବବୀର ଚାକିରୀ ପାଇଁ ଅତିରିକ୍ତ ୩୦ ମାର୍କ ପାଇ ପାରିବେ, ପ୍ରଶିକ୍ଷଣ ସାରିବା ପରେ NIOS ତରଫ ରୁ+୨(Sr. Secondary) ସାର୍ଟିଫିକେଟ ପାଇପାରିବେ ଏହି ସବୁ ବିଷୟ ଆଲୋଚନା କରିଥିଲେ ଓ ଏଥି ମଧ୍ୟରେ ୪୦ ଜଣ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ l ପରିଶେଷରେ ସ୍କୁଲ୍ ର ବବିତା ବେହେରା,ସୁଦାମ ପାଣ୍ଡେ, ଯଶୋବନ୍ତ ସାହା,ଲଳିତ କୁମାର ବିଶ୍ୱାଳ,ରଜତ କୁମାର ସାହୁ,ନିରୁପମା ସାହୁ,ଦୟାନିଧି ସାହୁ, ଶିବମ ନାୟକ ସହଯୋଗ କରିଥିଲେ ଏବଂ ରାଧେଶ୍ୟାମ ମେହେର ଧନ୍ଯବାଦ ଅର୍ପଣ କରିଥିଲେ l
ରାଜ୍ୟ
ପାଇକମାଳ ହାଇସ୍କୁଲରେ ଦଶମ ପାସ ପିଲାଙ୍କ ପାଇଁ କ୍ୟାରିଅର କାଉନସେଲିଂ ଶିବିର ଅନୁଷ୍ଠିତ l
- Hits: 17







