ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ନୂତନ ଗୁଣପୁର କଳିଙ୍ଗ ଲାୟନ୍ସ କ୍ଲବ ଗଠନ କରାଯାଇଛି। ଏହି ଅବସରରେ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଅଶ୍ୱିନ ଦାଶ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନବଗଠିତ କ୍ଲବର ପଦାଧିକାରୀ ଓ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।କ୍ଲବର ପ୍ରଥମ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିବା ବେଳେ ଶ୍ରୀ ବାବା ପ୍ରସାଦ ରାଓଙ୍କୁ ସଭାପତି, ଶ୍ରୀ ଏ. ଭେଙ୍କଟ ରାଓଙ୍କୁ ସମ୍ପାଦକ, ଶ୍ରୀ ରାଜେଶ ପଟ୍ଟନାୟକଙ୍କୁ ଉପ-ସଭାପତି, ସିଏ ଏ. ମାଣିକାନ୍ତଙ୍କୁ କୋଷାଧ୍ୟକ୍ଷ ଏବଂ ଡା. ଚନ୍ଦ୍ରଧ୍ୱଜ ପୋଣ୍ଡାଙ୍କୁ ପ୍ରକଳ୍ପ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।ଏହି ଅବସରରେ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ଅଶ୍ୱିନ ଦାଶ ସମାଜସେବା, ମାନବିକ ସହାୟତା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଲାୟନ୍ସ କ୍ଲବର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ନବଗଠିତ ଗୁଣପୁର କଳିଙ୍ଗା ଲାୟନ୍ସ କ୍ଲବ ମାଧ୍ୟମରେ ଅଞ୍ଚଳରେ ବିଭିନ୍ନ ଜନହିତକର ଓ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ନବଗଠିତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଲାୟନ୍ସ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟକୁ ଆଗେଇ ନେବା ସହ ସମାଜ କଲ୍ୟାଣ କ୍ଷେତ୍ରରେ ସକ୍ରିୟ ଭୂମିକା ନିଭାଇବା ପାଇଁ ସଂକଳ୍ପ ନେଇଥିଲେ।ନୂତନ କ୍ଲବ ଗଠନ ଫଳରେ ଗୁଣପୁର ଅଞ୍ଚଳରେ ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସେବାମୂଳକ କାର୍ଯ୍ୟକ୍ରମକୁ ଅଧିକ ଗତି ମିଳିବ ବୋଲି ଆଶା ପ୍ରକାଶ ପାଇଛି।
ରାଜ୍ୟ
ନୂତନ ଲାୟନ୍ସ କ୍ଲବ୍ ଗୁଣପୁର କଳିଙ୍ଗ ଗଠନ
- Hits: 68








