ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚାଲକମ୍ବା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ (GMAPV) ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, Mohan Charan Majhi ଓସ୍ୱାନ (OSWAN) ମାଧ୍ୟମରେ ଏହି ଯୋଜନାର ଶିଳାନ୍ୟାସ କାର୍ଯ୍ୟ ସମ୍ପାଦନ କରିଥିଲେ।
ଏହି ଅବସରରେ ଗୁଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝିଲ୍ଲୀ ଶବର, ଉପାଧ୍ୟକ୍ଷ ଶ୍ରୀ ସୁଦର୍ଶନ ଶବର, ଚାଳକମ୍ବା ସରପଞ୍ଚ ପ୍ରଭାବତୀ ଶବର ,ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ସ୍ୱସ୍ତିକ ଜମାଦାର, ଡେପୁଟି କଲେକ୍ଟର ଶ୍ରୀ ସୁଭ୍ରସ୍ନାତ ରାଉତ, ଅତିରିକ୍ତ ତହସିଲଦାର ଶ୍ରୀ ଅଭିଳାଷ ଶତପଥୀ, ଗୁଣପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ହେମାନନ୍ଦ ବରିହା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ବେହେରା ଓ ଶ୍ରୀମତୀ ସବିତା ଶବର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଗରିମା ତଥା ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।
ଏଥିସହ ଚାଲକମ୍ବା ଓ ଡାମ୍ବସରା କ୍ଲଷ୍ଟରର ସମସ୍ତ ସି.ଆର୍.ସି.ସି., ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀବୃନ୍ଦ ଏବଂ ବହୁ ଜନପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।
କାର୍ଯ୍ୟକ୍ରମରେ ମଞ୍ଚ ସଂଚାଳନ କରିଥିଲେ ଶ୍ରୀମତୀ ବେବୀ ରାଣୀ ନନ୍ଦା। ଶେଷରେ ଚାଲକମ୍ବା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ମହତ୍ୱାକାଙ୍କ୍ଷୀ ଯୋଜନା ଅଞ୍ଚଳର ପ୍ରାଥମିକ ଶିକ୍ଷାର ବିକାଶ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଆଧୁନିକ ଭିତ୍ତିଭୂମି ସୃଷ୍ଟି ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଉପସ୍ଥିତ ଅତିଥିବୃନ୍ଦ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ଶିକ୍ଷା ବିକାଶ ପ୍ରତି ଏକ ନୂତନ ଆଶା ଓ ଉଦ୍ଦୀପନାର ସଞ୍ଚାର କରିଥିଲା।
ରାଜ୍ୟ
ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟ ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ
- Hits: 71








