ହେଡଲାଇନସ୍:

ଦେବଗଡ଼ ଜିଲ୍ଲାରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସମୟରେ ଫିଲ୍ଡ ଷ୍ଟାଫ ଙ୍କୁ ଆକ୍ରମଣ ଏବଂ ବେଆଇନ ଭାବେ ଅଟକ ରଖିବା ଘଟଣାକୁ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ର ଦୃଢ଼ ନିନ୍ଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଲକ୍ଷ ଲକ୍ଷ ଉପଭୋକ୍ତା ଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅତ୍ୟଧିକ ଗରମ ଏବଂ କାଳବୈଶାଖୀ ଝଡ଼ ସତ୍ତ୍ୱେ କାର୍ଯ୍ୟ କରୁଥିବା ସ୍ଥାନୀୟ ଗ୍ରାଉଣ୍ଡ ଷ୍ଟାଫ୍ ହେଉଛନ୍ତି ପ୍ରକୃତ ହିରୋ

  • ଏହି ଘଟଣାରେ ରିଆମାଳ ଥାନାରେ ଏକ ଏଫ୍‌ଆଇଆର୍ ଦାୟର କରାଯାଇଛି ଏବଂ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ତିନିଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି।

ସମ୍ବଲପୁର, ୨୯ ମେ ୨୦୨୬: ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳ ଅଞ୍ଚଳରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାକୁ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ଦୃଢ଼ ଭାବେ ନିନ୍ଦା କରିଛି, ଯେଉଁଠାରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଫିଲ୍ଡ ଷ୍ଟାଫ ଙ୍କୁ ସ୍ଥାନୀୟ ଗ୍ରାମବାସୀଙ୍କ ଏକ ଗୋଷ୍ଠୀ ଗାଳିଗୁଲଜ, ଆକ୍ରମଣ ଏବଂ ଜବରଦସ୍ତ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।

ଗତ ୨୫ ଏବଂ ୨୬ ମେ ୨୦୨୬ରେ ଆସିଥିବା ଭୟଙ୍କର କାଳବୈଶାଖୀ ଝଡ଼ ପରେ ସେହି ଅଞ୍ଚଳରେ ବ୍ୟାପକ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଏହି ଘଟଣା ଘଟିଛି। ଏହି ଝଡ଼ ଯୋଗୁଁ ଦୁଧିଆନାଳ, କଂସର ଏବଂ ଲାଇମୁରା ଗ୍ରାମ ପଞ୍ଚାୟତରେ ବ୍ୟାପକ ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇଥିଲା, ଯେଉଁଥିରେ ଏଚ୍‌ଟି ଓ ଏଲ୍‌ଟି ଖୁଣ୍ଟ ଭାଙ୍ଗିବା, ଗଛ ଉପୁଡ଼ିବା ଯୋଗୁଁ କଣ୍ଡକ୍ଟର ଭାଙ୍ଗିଯିବା ଏବଂ ବିଦ୍ୟୁତ ଟ୍ରାନ୍ସଫର୍ମର ନଷ୍ଟ ହେବା ଅନ୍ତର୍ଭୁକ୍ତ ଥିଲା।

ବିପନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଉଥିବା ଗୋହିରା ଫିଡର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ଯେଉଁଥିରେ ସିଟି/ପିଟି ଖୁଣ୍ଟ ସମେତ ୪ଟି ଏଚ୍‌ଟି ଖୁଣ୍ଟ ଭାଙ୍ଗିବା, ୨୦ରୁ ଅଧିକ ସ୍ପାନର କଣ୍ଡକ୍ଟର ଭାଙ୍ଗିଯିବା ଏବଂ ପ୍ରାୟ ୫ କିଲୋମିଟର ବ୍ୟାପୀ ନେଟୱାର୍କ ମଧ୍ୟରେ ଏକାଧିକ କ୍ରସ୍ ଆର୍ମ ବଙ୍କା ହୋଇଯିବା ସାମିଲ ଥିଲା।

କ୍ରମାଗତ ପ୍ରତିକୂଳ ପାଣିପାଗ ଏବଂ ବାରମ୍ବାର ଝଡ଼ ସତ୍ତ୍ୱେ, ଟିପିଡବ୍ଲୁଓଡିଏଲ୍ ର ଫିଲ୍ଡ ଟିମ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ କରିବା ପାଇଁ କଠିନ ଏବଂ ବିପଜ୍ଜନକ ପରିସ୍ଥିତିରେ, ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଉପୁଡ଼ି ପଡ଼ିଥିବା ଗଛ ସଫା କରିବା ଏବଂ ଯାତାୟାତ ସୁଗମ କରିବା ପାଇଁ ଅଗ୍ନିଶମ ସେବା କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରି ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା।

ତେବେ ମେ ୨୮ ରେ ପୁନରୁଦ୍ଧାର କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ସମୟରେ, ଖରାପ ପାଣିପାଗ ଜନିତ କ୍ଷୟକ୍ଷତି ଯୋଗୁଁ ହୋଇଥିବା ବିଳମ୍ବରେ ଉତ୍ତ୍ୟକ୍ତ ହୋଇ କିଛି ସ୍ଥାନୀୟ ବ୍ୟକ୍ତି ଗାଳିଗୁଲଜ କରିଥିଲେ ଏବଂ କାର୍ଯ୍ୟରତ କର୍ମଚାରୀଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବେଆଇନ ଭାବେ ଅଟକ ରଖିଥିଲେ।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଟିପିଡବ୍ଲୁଓଡିଏଲ୍ ର ଅଧିକାରୀମାନେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ଏବଂ ରିଆମାଳ ଥାନାରେ ଏକ ଏଫ୍‌ଆଇଆର୍ ପଞ୍ଜିକୃତ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ତିନିଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି ଏବଂ ଏହି ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।

ଟିପିଡବ୍ଲୁଓଡିଏଲ୍ କହି ରଖିବାକୁ ଚାହେଁ ଯେ, ଅତ୍ୟାବଶ୍ୟକ ସାର୍ବଜନୀନ ଉପଯୋଗୀ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା, ଧମକ ଦେବା, କାମରେ ବାଧା ସୃଷ୍ଟି କରିବା କିମ୍ବା ବେଆଇନ ଭାବେ ଅଟକ ରଖିବା ଆଇନ ଅନୁଯାୟୀ ଏକ ଗୁରୁତର ଏବଂ ଦଣ୍ଡନୀୟ ଅପରାଧ। ଏଭଳି କାର୍ଯ୍ୟ କେବଳ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଜୀବନ ଏବଂ ମନୋବଳକୁ ବିପନ୍ନ କରେ ନାହିଁ, ବରଂ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ବିଳମ୍ବିତ ହୋଇଥାଏ, ଯାହାଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହୋଇଥାନ୍ତି।

ଆମର ଲାଇନମ୍ୟାନ ଏବଂ ଫିଲ୍ଡ କର୍ମଚାରୀମାନେ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଝଡ଼, ପ୍ରବଳ ବର୍ଷା, ନଷ୍ଟ ହୋଇଯାଇଥିବା ଭିତ୍ତିଭୂମି ଏବଂ ବୈଦ୍ୟୁତିକ ବିପଦ ସହିତ ଅତ୍ୟଧିକ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ କାର୍ଯ୍ୟ କରନ୍ତି। ସେମାନେ ବିଶେଷ କରି ଜରୁରୀକାଳୀନ ପରିସ୍ଥିତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୨୪ ଘଣ୍ଟା ଜନସାଧାରଣଙ୍କ ସେବା କରିବାକୁ ପ୍ରତିବଦ୍ଧ ଅଟନ୍ତି। ଟାଟା ପାୱାର ନେତୃତ୍ୱାଧୀନ ଡିସକମ ଗୁଡ଼ିକରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ପ୍ରାୟ ୨୬,୦୦୦ ଲାଇନମ୍ୟାନ/ ଫିଲ୍ଡ ଷ୍ଟାଫ କାର୍ଯ୍ୟରତ ଅଛନ୍ତି।
ଡିସକମ୍ ସମସ୍ତ ଉପଭୋକ୍ତା ଏବଂ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ପୁନରୁଦ୍ଧାର କାର୍ଯ୍ୟ ସମୟରେ ଫିଲ୍ଡ ଷ୍ଟାଫଙ୍କୁ ସହଯୋଗ କରନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ଧୈର୍ଯ୍ୟ ରଖନ୍ତୁ ଏବଂ ଏଭଳି ପ୍ରତିକୂଳ ପରିସ୍ଥିତିରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ନିଜର ସୁରକ୍ଷାକୁ ବାଜି ଲଗାଇ କାମ କରୁଥିବା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପ୍ରଚେଷ୍ଟାକୁ ସମର୍ଥନ କରନ୍ତୁ।

କର୍ମଚାରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବାରେ ତୁରନ୍ତ ପ୍ରତିକ୍ରିୟା ଏବଂ ସହଯୋଗ ପାଇଁ ଟିପିଡବ୍ଲୁଓଡିଏଲ୍ ସ୍ଥାନୀୟ ପୋଲିସ ପ୍ରଶାସନ, ଏସଡିପିଓ, ଆଡିସିନାଲ ଏସପି ଏବଂ ସମସ୍ତ ସହଯୋଗୀ ସଂସ୍ଥାଙ୍କ ପ୍ରତି କୃତଜ୍ଞତା ଜଣାଉଛି।

ସମସ୍ତ ଟିପିଡବ୍ଲୁଓଡିଏଲ୍ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଉଛି ଯେ ବିଦ୍ୟୁତ ସେବା ବ୍ୟାହତ, ସୁରକ୍ଷା ଚିନ୍ତା କିମ୍ବା ପୁନରୁଦ୍ଧାର ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକୁ ତୁରନ୍ତ ସହାୟତା ଏବଂ ଅପଡେଟ୍ ପାଇଁ କମ୍ପାନୀର ଅଫିସିଆଲ୍ ଗ୍ରାହକ ସେବା ଚ୍ୟାନେଲ ଏବଂ ସ୍ଥାନୀୟ କାର୍ଯ୍ୟାଳୟ ମାଧ୍ୟମରେ ଜଣାନ୍ତୁ। ଉପଭୋକ୍ତାମାନଙ୍କୁ କୌଣସି ବେଆଇନ କାର୍ଯ୍ୟକଳାପରେ ସାମିଲ ନହେବାକୁ କିମ୍ବା ପୁନରୁଦ୍ଧାରକାରୀ ଦଳର କାମ ରେ ବାଧା ନଦେବାକୁ ଅନୁରୋଧ କରାଯାଉଛି, କାରଣ ଏଭଳି କାର୍ଯ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପ୍ରୟାସକୁ ବାଧାପ୍ରାପ୍ତ କରିବା ସହିତ ବ୍ୟାପକ ସମାଜ ପାଇଁ ପୁନରୁଦ୍ଧାରକୁ ବିଳମ୍ବ କରେ।

0
0
0
s2sdefault