ହେଡଲାଇନସ୍:

ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜଗତସିଂହପୁର,ତା-୨୯.୦୫.୨୦୨୬/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ସଡକ ସୁରକ୍ଷା ର ପ୍ରତିକାର ବିଷୟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଆଲୋଚନାଚକ୍ର ଆୟୋଜନ ହୋଇ ଥିଲା | ଏହି ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଦୁର୍ଘଟଣା ହ୍ରାସ ନିମନ୍ତେ ସଠିକ୍ ପଦକ୍ଷେପ ନେବା ସହ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଏନ ଏଚ ୫୫ ଓ ଏସ ଏଚ ୧୨ ଉପରେ ଭାରିଯାନ ହଟାଇବା କୁ ନେଇ ଗୁରୁତ୍ୱ ଦେଇଥିଲେ । ରାସ୍ତାରେ ସାଇନେଜ୍ ଲଗାଇବା, ହମ୍ପସ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଓ ମଦ୍ୟପାନ କରି ଗାଡ଼ି ଚାଳକ ମାନଙ୍କ ଉପରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରି ଦୁର୍ଘଟଣା କୁ ହ୍ରାସ କରିବାକୁ ଗଠନମୂଳକ ଭାବରେ ମନ୍ତବ୍ୟ ଉତ୍ଥାପନ କରିବା, ଦୁର୍ଘଟଣା ସ୍ଥାନ ରାସ୍ତା ରେ ଉପଯୁକ୍ତ ସଙ୍କେତ ଲଗାଇବା, ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କଡ଼ାକଡ଼ି କରିବାକୁ କହିଥିଲେ । ସଂପ୍ରତି ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି ଗଠନ ମୂଳକ ମତାମତ ଦେଇଥିଲେ । ସମିତି ର ସଭ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନେଉଥିବା ପଦକ୍ଷେପ ପାଇଁ ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ମଦ୍ୟପାନ କରି ଗାଡ଼ି ଚାଳକ ମାନଙ୍କ ଉପରେ ପଦକ୍ଷେପ ନେବା ପାଇଁ ତାଙ୍କ ମନ୍ତବ୍ୟ ରଖିଥିଲେ । ୪ ଜଣ ଗୁଡ ସମାରିଟାନ ଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହି ଗୁଡ ସମାରିଟାନ ମାନେ ହେଲେ :- ନିରଞ୍ଜନ ବାରିକ, ରାଜକିଶୋର ଦାସ, ସରୋଜ ଦାସ ଓ ନରେଶ କୁମାର ରାଉତ। ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଏବଂ ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ,ଏନ୍ ଏଚ ୫୫ ବିଭାଗର ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନାଗରିକ ସମାଜର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ ।

0
0
0
s2sdefault