ହେଡଲାଇନସ୍:

ଚାରି ଗୋଟି ସୁନାମି ପ୍ରବଣ ଗ୍ରାମରେ ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ଵର-ତା– ୨୯.୦୫.୨୦୨୬; ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ବର୍ଦ୍ଧନପୁର ପଂଚାୟତର ନିଧିପଡ଼ା ଗ୍ରାମଠାରେ ଜିଲ୍ଲାସ୍ତରୀୟ, ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଅନ୍ୟ ୩ ଗୋଟି ଗ୍ରାମ ଯଥା କସାଫଳ, କୁସୁମୁଳିପାହି ଏବଂ ବଗଦା ଗ୍ରାମରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ନିଧିପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁତନୁ ଠାକୁର ଉଦଘାଟନ କରିଥିଲେ । ସୁନାମି ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁତନୁ ଠାକୁର ଗୁରୁତ୍ୱାରୋପ କରିଥିଲେ । ଉକ୍ତ ମକ ଡ୍ରିଲରେ କମ୍ୟୁନିଟି ସ୍ତରୀୟ ସ୍ଥାନାନ୍ତରଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ମକଡ୍ରିଲରେ, ପ୍ରତ୍ୟେକ ପ୍ରତ୍ୟେକ ଗ୍ରାମରୁ ଆଶା, ଅଙ୍ଗନଓ୍ବାଡି କର୍ମୀ, ମତ୍ସ୍ୟ ବିଭାଗ, ଶିକ୍ଷା ବିଭାଗ, ପଶୁ ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଉକ୍ତ ମକଡ୍ରି ଲରେ ଭାରତୀୟ ସୁନାମୀ ପ୍ରାରମ୍ଭିକ ଚେତାବନୀ କେନ୍ଦ୍ର ଦ୍ୱାରା ୫ଟି ଡମି ଟେଷ୍ଟ ବୁଲେଟିନ ପ୍ରାତଃ ୮ ଘଟିକା ଠାରୁ ୧୧ ଘଟିକା ମଧ୍ୟରେ ପ୍ରସାରଣ କରାଯାଇଥିଲା । ଏହାର ଉଦ୍ଦେଶ୍ଯ ସୁନାମୀ ପ୍ରସ୍ତୁତି, ଏହାର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନା’ ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ଥିଲା । ଏହି ଅଭ୍ୟାସ ଦ୍ଵାରା ଯୋଗାଯୋଗ ବ୍ୟବସ୍ଥାକୁ ପରୀକ୍ଷା କରିବା, ନିଷ୍ପତ୍ତୀ ନେବା, ଉପକୂଳବର୍ତ୍ତୀ ସମ୍ପ୍ରଦାୟରେ ସତର୍କତା ପ୍ରସାରଣ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାଦ୍ୱାରା କିପରି ଜରୁରୀ କାଳୀନ ପ୍ରତିକ୍ରିୟା ଯୋଜନାକୁ ସୁଦୃଢ କରିବା, ସମ୍ପ୍ରଦାୟ ସଚେତନତା ବୃଦ୍ଧି କରିବା ଏବଂ ସୁନାମୀ ପ୍ରସ୍ତୁତ କାର୍ଯ୍ୟକ୍ରମ ସୂଚକ ଗୁଡ଼ିକର କାର୍ଯ୍ୟାନ୍ଵୟନ ମୂଲ୍ୟାଙ୍କନ କରିବା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ନିଧିପଡ଼ା ଓ କୁସୁମୁଳିପାହି ଗ୍ରାମ ଠାରେ ଅନୁଷ୍ଠିତ ମକଡ୍ରିଲରେ ଏନ.ଡି.ଆର.ଏଫ., ଓ.ଡ୍ରା.ଫ ବାହିନୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ପ୍ରଦର୍ଶିତ ହୋଇଥିଲା । ଏନ.ଡି.ଆର.ଏଫ, ଓ.ଡ୍ରା.ଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ ଏବଂ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଏହି ଅବସରରେ ଓସଡାମା (OSDMA) କାର୍ଯ୍ୟାଳୟରୁ ଆସିଥିବା ପର୍ଯ୍ୟବେକ୍ଷକ ଓ ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁତନୁ ଠାକୁର ଉପସ୍ଥିତ ରହି ନିଜର ପ୍ରତିକ୍ରିୟା ରଖିଥିଲେ । ଜିଲ୍ଲାସ୍ତରୀୟ ମକଡ୍ରିଲ୍ କାର୍ଯ୍ୟକ୍ରମରେ ଦୁବୁଲାଗାଡି, ଭୀମପୁର ଓ କସାଫଳ ଗ୍ରାମ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଞ୍ଚ, ଓ ସମ୍ପାଦକ, ବାଲେଶ୍ୱର ସଦର ପ୍ରମୁଖ ଉପସ୍ଥିତ ଥିଲେ । ଏନ.ଡି.ଆର.ଏଫ. ଟିମ କମାଣ୍ଡର, ଚିତ୍ତ ରଞ୍ଜନ ମହାନ୍ତି, ଓ.ଡ୍ରା.ଫ ବାହିନୀର ମନୋରଞ୍ଜନ ବେହେରା, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ବେଛାସେବୀ ଅନୁଷ୍ଠାନ ସମ୍ପର୍କ ର ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଆନନ୍ଦ କୁମାର ବେହେରା ଉପସ୍ଥିତ ରହି ମକଡ୍ରିଲ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଉକ୍ତ ମକଡ୍ରିଲରେ ମୋ ଭାରତ ଓ ଆପଦ ମିତ୍ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ । ବର୍ଦ୍ଧନପୁର ପଂଚାୟତର ସରପଞ୍ଚ ଶ୍ରୀମତୀ ଆରତୀ ମହାପାତ୍ର, ଭୀମପୁର ପଂଚାୟତର ସରପଞ୍ଚ ଶ୍ରୀ ହରିପାଦ ଦାସ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଶ୍ରୀ ଅବନୀକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

0
0
0
s2sdefault