ଓଡ଼ଗାଁ, ୨୯।୫(ଶ୍ରୀକାନ୍ତ କୁମାର ମିଶ୍ର): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କେ. ମୁରୁଗେସନ ଏବଂ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି. ଅର୍ଥନାରୀ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଓଡ଼ଗାଁ ବନାଞ୍ଚଳର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ।
ସେମାନେ ଓଡ଼ଗାଁ ସେକ୍ସନର ମଠ ଖଜୁରୀଆ ଓ କୁମ୍ଭିଆପଲ୍ଲୀ ସହରାଞ୍ଚଳ ବୃକ୍ଷରୋପଣ କ୍ଷେତ୍ର ସହିତ ନାଉଖାଲ ଏବଂ ବାହାଡ଼ାଝୋଲା ସେକ୍ସନର କେତେକ ଗ୍ରାମାଞ୍ଚଳ ବୃକ୍ଷରୋପଣ ପ୍ରକଳ୍ପ ଅବଲୋକନ କରିଥିଲେ। ବିଶେଷକରି ମଠ ଖଜୁରୀଆ ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ଅଳ୍ପ ସମୟ ମଧ୍ୟରେ ଗଛଗୁଡ଼ିକର ସନ୍ତୋଷଜନକ ବୃଦ୍ଧି ଦେଖି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ତୋଷ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା, ବନ ସଂରକ୍ଷକ ସତ୍ୟଜିତ୍ କର, ଆୟିଶା ଅଖତାରି ନିଶା, ଓଡ଼ଗାଁ ରେଞ୍ଜର ଅଭିମନ୍ୟୁ ମଲ୍ଲିକ, ବନପାଳ ସରିତା ବରାଳ ଓ ବାହାଡ଼ାଝୋଲା ବନପାଳ ମନୋଜ ସେଠୀ ଉପସ୍ଥିତ ରହି ବର୍ତ୍ତମାନର ବୃକ୍ଷରୋପଣ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ରାଜ୍ୟ
ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବୃକ୍ଷରୋପଣ ପରିଦର୍ଶନ,
- Hits: 14







