ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ , ପାରଳାଖେମୁଣ୍ଡିର ଦଶମ ଶ୍ରେଣୀ ଛାତ୍ରୀ ସୁବର୍ଣ୍ଣା ସାହୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ୱନ ମହାକାଶ କେନ୍ଦ୍ର ପରିଦର୍ଶନ କରିବାର ସୁଯୋଗ ପାଇଲେ।
ସେ ଗତ ଏପ୍ରିଲ ୧୩ ତାରିଖ ଦିନ ଇସ୍ରୋର ୟୁଭିକା ବିଭାଗ ତରଫରୁ ନିମନ୍ତ୍ରଣ ମେଲ୍ ଦ୍ୱାରା ପାଇଥିଲେ। ଓଡିଶାରୁ ୨ ଜଣକ ମଧ୍ଯରୁ ଗଜପତି ଜିଲ୍ଲାରୁ ସୁବର୍ଣ୍ଣାଙ୍କୁ ନିମନ୍ତ୍ରଣ ହୋଇଥିଲା।ସେଠାରେ ୨ ସପ୍ତାହ କାଳ ରହି ମହାକାଶ ଜ୍ଞାନ ସମ୍ପର୍କରେ ଅନ୍ତର୍ନିହିତ ଜ୍ଞାନ , ଦକ୍ଷତା ଓ କୌଶଳ ଜାଣିବାରେ ସୁଯୋଗ ମିଳିଥିଲା। ସେ ସେଠାରେ ଇସ୍ରୋ , ଟେଲିମିଟ୍ରି , ଟ୍ରାକିଂ ଓ କମାଣ୍ଡ ନେଟ୍ୱାର୍କ , ଲଂଚପ୍ୟାଡ , ଟିଟିସି ଓ ଗ୍ରାଉଣ୍ଡ ଷ୍ଟେସନ ସମ୍ୱନ୍ଧରେ ଜ୍ଞାନ ହାସଲ କରିବାର ସୁଯୋଗ ପାଇଥିଲେ।
ଏହାଛଡା ଆଲୋଚନା ଚକ୍ର ମାଧ୍ୟମରେ ଚନ୍ଦ୍ରାୟଣ-୩ , ଆଦିତ୍ୟ ଏଲ୍୧ ଓ ଗଗନାୟନ ସମ୍ପର୍କରେ ଜ୍ଞାନ ହାସଲ କରିପାରିଥିଲେ।ଏଥିରେ ମହାକାଶ ବୈଜ୍ଞାନିକ ଶୁଭାଂଶୁ ଶୁକ୍ଳାଙ୍କ ଠାରୁ ଦୀର୍ଘ ଅନୁଭୂତିର ଜ୍ଞାନ ହାସଲ କରିଥିଲେ। ଏସଡିଏସସି ଏସଏଚଏଆର୍ ର ନିର୍ଦ୍ଦେଶକ ପଦ୍ମକୁମାର ଇ.ଏସ୍.ଙ୍କ ଠାରୁ କିଛି ଅନ୍ତର୍ନିହିତ ଜ୍ଞାନ ଯଥା ମହାକାଶ ଯାତ୍ରାର ବିଫଳତା ସଫଳତାର ପୁଂଜି ସୃଷ୍ଟି କରେ ଏହିଭଳି କିଛି ଜ୍ଞାନ , ଦକ୍ଷତା ଓ କୌଶଳ ସମ୍ପର୍କରେ ଧାରଣା ସୃଷ୍ଟି ହୋଇଥିଲା। ନିଜେ ଜଣେ ତାଇକାଣ୍ଡୋର ଦକ୍ଷତା ଲାଭ କରିଥିବାରୁ ତାହାକୁ ସେ ସନ୍ଧ୍ଯା ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରି ଇସ୍ରୋର ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ। ସେ କହନ୍ତି," ଜଣେ ମହାକାଶ ବୈଜ୍ଞାନିକ ହେବାର ସଂକଳ୍ପ , ମୋତେ ଇସ୍ରୋର ସମ୍ୱନ୍ଧୀୟ ଜ୍ଞାନ ଦେବାରେ ସୁଯୋଗ ଓ ଆଶୀର୍ବାଦ ମିଳିଥିବାରୁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ଯକ୍ଷ ଦୁର୍ଗା ପ୍ରସାଦ ପଣ୍ଡା ସାର୍ ଙ୍କ ପାଖରେ ରୁଣୀ"।
ରାଜ୍ୟ
କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସୁବର୍ଣ୍ଣା ଶ୍ରୀହରିକୋଟା ମହାକାଶ କେନ୍ଦ୍ର ପରିଦର୍ଶନର ସୁଯୋଗ ପାଇଲେ
- Hits: 29







