ମେ' ୨୭ରୁ ଏସଏସବି ୱେବ୍ସାଇଟରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ଼
ଭୁବନେଶ୍ୱର, ୨୩ ମେ' ୨୦୨୬: ଆସନ୍ତା ମେ' ୩୧ ତାରିଖରେ ଦୁଇ ବର୍ଷିଆ ବି.ଏଡ଼ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା। ଜୁନ୍ ୩ ତାରିଖରେ ବି.ଏଚ.ଏଡ଼ (ହିନ୍ଦୀ) ଓ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଷ୍ଟେଟ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।
ମେ' ୩୧ ତାରିଖରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଡ଼ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଭାବେ ଜୁନ୍ ୩ ତାରିଖରେ ସକାଳ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଚ.ଏଡ଼ (ହିନ୍ଦୀ) ଏବଂ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
ମେ' ୨୭ ତାରିଖ ଦିନ ୧୧ ଘଟିକା ଠାରୁ ବିଏଡ଼, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି)ର ୱେବ୍ସାଇଟକୁ ଯାଇ ନିଜର ଆଡ଼ମିଟ କାର୍ଡ଼ ଡାଉନଲୋଡ଼ କରିପାରିବେ।
ଜୁନ୍ ୪ ତାରିଖରେ ଏସଏସବି ୱେବ୍ସାଇଟରେ ପ୍ରବେଶିକା ପରୀକ୍ଷାର ପ୍ରୋଭିଜିନାଲ ଆନ୍ସର କି' ପ୍ରକାଶିତ ହେବ। ପ୍ରୋଭିଜିନାଲ ଆନ୍ସର କି' କୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ କୌଣସି ଆଶଙ୍କା ଥିଲେ ପରୀକ୍ଷାର୍ଥୀମାନେ ଜୁନ୍ ୫ ରୁ ୭ ତାରିଖ ମଧ୍ୟରେ ଆନ୍ସର କି' ଚାଲେଞ୍ଜ ପାଇଁ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ମେଧା ତାଲିକା ପ୍ରକାଶ ପାଇବ।







