ହେଡଲାଇନସ୍:

ବଲାଙ୍ଗୀର ପାୟୋନୀଅର ଚାମ୍ପିୟନ୍ ଲିଗ୍। ୧୨ ବର୍ଷରୁ କମ୍ ଟି ଟ୍ବେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର: ବଲାଙ୍ଗୀରରେ ସ୍ଥାନୀୟ ମିଶନ ପଡ଼ିଆରେ ଗତ ମେ ମାସ ୧୭ ତାରିଖ ରୁ ଆରମ୍ଭ ହୋଇଥିବା। ପାୟୋନିଅର ୧୨ ବର୍ଷରୁ କମ୍ ବୟସର ଜୁନିଅର୍ ଡ୍ୟୁସ ବଲ୍ ଟି ଟ୍ବେଣ୍ଟି କ୍ରିକେଟ୍ ଲିଗ୍ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ବଲାଙ୍ଗୀରର ୫ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଲିଗ ମ୍ୟାଚ୍ ପରେ ପଏଣ୍ଟ ଓ ଜିତ ହାର କୁ ନେଇ ଆଜି ଦୁଇଟି ମଧ୍ୟରେ ଫାଇନାଲ ଖେଳ ହୋଇଥିଲା।ଏହି ଟୁର୍ଣ୍ଣାମେଣ୍ଟରେ ପାଇନର କିଙ୍ଗ,ପାଇନର ୱାରିଅର,ପାଇନର ଲାୟନ୍ ଓ ସାନଭି କ୍ରିକେଟ୍ ଏକାଡେମୀର ଜୁନିୟର ଟିମ୍, ପାଇନର ଚାମ୍ପିୟନ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତେକ ମ୍ୟାଚରେ କୁନି ଖେଳାଳି ମାନେ ତାଙ୍କର ଖେଳ ପ୍ରତିଭା ବେଶ୍ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିଲେ। ଯେଉଁଥିରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ପାଇନର ୱାରିଅର ଏବଂ ପାଇନର ଚାମ୍ପିୟନ୍ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏବଂ ଆଜି ଉଭୟ ଦଳ ମଧ୍ୟରେ ଫାଇନାଲ ମେଚ ଖେଳ ହୋଇଥିଲା। ୨୦ ଓଭର ବିଶିଷ୍ଟ ମ୍ୟାଚରେ ଟସ୍ ଜିତି ପାଇନର ଚାମ୍ପିୟନ୍ ପାଇନର ୱାରିଅର କୁ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରିତ କରିଥିଲା। ପାୟୋନିଅର ୱାରିଅର ୧୫୫ ରନ୍ କରିଥିବା ବେଳେ ୧୫୬ ର ବିଜୟ ଲକ୍ଷ ଥିଲା। ପ୍ରତିପକ୍ଷ ଟିମ୍ ପାୟୋନିଅର ଚାମ୍ପିୟନ୍ ବ୍ୟାଟିଙ୍ଗ ଆରମ୍ଭ କରି ୧୮ ଓଭର ରେ ଆବଶ୍ୟକ ରନ୍ ୧୫୭ ରନ ସଂଗ୍ରହ କରି ଚାମ୍ପିୟନ୍ ହୋଇଥିଲା। ଦଳ ପକ୍ଷ ରୁ କପ୍ତାନି ଇନିଙ୍ଗସ ଖେଳି ଅକ୍ଷର ଜେନ ୧୧୭ ରନ କରି ନିଜ ଟିମ୍ କୁ ଜିତାଇ ଥିଲେ। । ଏବଂ ସେ ମ୍ୟାନ ଅଫ ଦି ମ୍ୟାଚ ସହ ମ୍ୟାନ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ।
ଶିଶୁ ଖେଳାଳିଙ୍କ କ୍ରିକେଟ ଖେଳ ପ୍ରତିଭାକୁ ସୁଯୋଗ ଦେବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ୟେଶ ଥିଲା। ଯେଉଁଥିରେ ସବୁ ଦଳର କୁନି ଖେଳାଳି ମାନେ ତାଙ୍କ ପ୍ରତିଭା ପ୍ରଦର୍ଶିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତିନୋଟି ଶତକ ୧୦ ଟି ଅର୍ଦ୍ଧଶତକ ବ୍ୟକ୍ତି ଗତ ପାରି ଖେଳି କୁନି ଖେଳାଲି ତାଙ୍କର ବ୍ୟାଟିଂ ଦକ୍ଷତା ଦେଖାଇ ଥିଲେ। ସେହିପରି ବୋଲିଙ୍ଗର ମଧ୍ୟ କିଛି ବଳର ଉତ୍କୃଷ୍ଟ ବୋଲିଙ୍ଗ ପ୍ରଦର୍ଶନ କରିଥିଲେ। ଯେଉଁଥିରେ ବଳର ପୁରବ ନାୟକ ୪ ଓଭର ସ୍ପେଳରେ ୫ ଟି ୱିକେଟ ନେଇ ଶ୍ରେଷ୍ଟ ବଳର ବିବେଚିତ ହୋଇଥିଲେ। ସେହିପରି
ଶ୍ରେଷ୍ଟ କିପର ଭାବରେ ତାନିଶ, ଶ୍ରେଷ୍ଟ ଫିଲ୍ଡର ରୋଶନ, ଶ୍ରେଷ୍ଟ ଉଦୟୀମାନ ଖେଳାଳି ଭାବରେ ଆକାଶ, ଆଦର୍ଶ ଶୃଙ୍ଖଳିତ ଖେଳାଳି ଭାବରେ ଶ୍ରେୟଂଶ ଓ ଆୟାଂଶ, ଶୃଙ୍ଖଳିତ ଦଳ ଭାବରେ ପାୟୋନୀୟର କିଙ୍ଗ, ଭଲ ଆମ୍ପାୟରିଂ ପାଇଁ ଶିବରାଜ ପଣ୍ଡା ଓ ପ୍ରତୀକ ଘିବାଲା ପୁରଷ୍କୃତ ହୋଇଥିଲେ।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲୀକା ସାହୁ, ସମ୍ମାନିତ ଅତିଥି ଜିଲ୍ଲା ପୁରୁଷ କ୍ରିକେଟ କୋଚ ଓ ସିଲେକ୍ଟର ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର , ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡ଼ା ସଂସଦ ବରିଷ୍ଠ ସଦସ୍ୟ ଶ୍ରୀ ହରିବନ୍ଧୁ ପାଣି ଓ ପାୟୋନିୟର କ୍ରିକେଟ ଏକାଡେମୀ ରେ ଅଧକ୍ଷ ସୁଶାନ୍ତ କୁମାର ଠାକୁର ଉପସ୍ଥିତ ଥିଲେ। ସାମ୍ବାଦିକ ତଥା ଶେଖ୍ ମହମ୍ମଦ ୱାହିଦ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳି ସୁଦର୍ଶନ ବାଗ, ପୂର୍ବତନ ବରିଷ୍ଠ ଖେଳାଳି ମେହେତାବ ଖାନ୍, ଯୁବ ଖେଳାଳୀ ଆର୍ୟନ ଠାକୁର,ଆୟୁଷ ଠାକୁର ଆନିଶ ବାରିକ,ରଜତ ଭାଟି, କେନିଲତ୍ ପାଲ୍ ନାଗ,ଆର୍ୟନ ବାରିକ,ପ୍ରତୀକ ଘି ବେଲା, ମନ୍ମଥ,ମହିଳା ଖେଳାଳି ଙ୍କ ମଧ୍ୟରେ ଦିୟା,ଶ୍ରେୟା ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଖେଳାଳି ଆଲୋକ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault