ହେଡଲାଇନସ୍:

୧୭ ଓ ୨୧ ନମ୍ବର ୱାର୍ଡରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ଅଚମ୍କା ସମୀକ୍ଷା କଲେ ବିଧାୟକ ଟଙ୍କଧର ତ୍ରିପାଠୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଝାରସୁଗୁଡା, ୨୨/୫ : ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଶୁକ୍ରବାର ଝାରସୁଗୁଡା ପୌର ପରିଷଦର ୧୭ ଓ ୨୧ ନମ୍ବର ୱାର୍ଡରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ୱାର୍ଡଗୁଡିକୁ ପରିଦର୍ଶନ କରି ରାସ୍ତା, ଡ୍ରେନ, ବିଦ୍ୟାଳୟ କୋଠା, କୀର୍ତ୍ତନ ମଣ୍ଡପ ସହ ବିଭିନ୍ନ ପ୍ରକଳ୍ପର କାମର ଅଗ୍ରଗତି ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ପ୍ରଥମେ ସେ ୧୭ ନମ୍ବର ୱାର୍ଡରେ ଚାଲିଥିବା ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟ, ବିଦ୍ୟାଳୟ ଭବନ ଓ କୀର୍ତ୍ତନ ମଣ୍ଡପର ଉନ୍ନତିକରଣ କାମ ପରିଦର୍ଶନ କରିଥିଲେ। ପରେ ୨୧ ନମ୍ବର ୱାର୍ଡର ତେତେଲମାଲ ଅଞ୍ଚଳରେ ରାସ୍ତା ନିର୍ମାଣ, ଟାଟା ଗଲିସ୍ଥିତ ମୁସଲିମ କମ୍ୟୁନିଟି ହଲ, ଭୀମ ଛକରେ ଥିବା ଶିବଶକ୍ତି ଧର୍ମଶାଳା, କଳା ତାଲାବର ସୁରକ୍ଷା କାନ୍ଥ ଏବଂ କଳା ତାଲାବରୁ ଗୁଡ଼ିଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମର ଅବସ୍ଥା ଅନୁଧ୍ୟାନ କରିଥିଲେ।

ଏହି ସମୟରେ ବିଧାୟକ ଶ୍ରୀ ତ୍ରିପାଠୀ ଉପସ୍ଥିତ ଅଧିକାରୀମାନଙ୍କୁ ଉନ୍ନୟନ କାର୍ଯ୍ୟ ତ୍ବରାନ୍ୱିତ କରି ନିର୍ଦ୍ଧାରିତ ସମୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ପୌର ପରିଷଦର ଇଓ ମାନସ ରଞ୍ଜନ ମଲ୍ଲିକଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଭାଜପା କର୍ମୀମାନେ ଉପସ୍ଥିତ ଥିଲେ।

0
0
0
s2sdefault