ହେଡଲାଇନସ୍:

ଗ୍ୟାସଟାଙ୍କୀରେ ନିଆଁ ଲାଗି ଦାଦା ପୁତୁରା ଗୁରୁତର, ଓଡ଼ଗାଁରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାବରା ପଞ୍ଚାୟତ ଘଷାଦେଇପୁର ପ୍ରକାଶ ମହାରଣା ମଙ୍ଗଳବାର ସନ୍ଧ୍ୟା ୭.୩୦ ସମୟରେ ଷ୍ଟୋଭ ଲଗାଇବା ପାଇଁ ଗ୍ୟାସ ସିଲିଣ୍ଡରର ସେପ୍ଟିକ୍ୟାପ୍ ଖୋଲିବା ବେଳେ ହଠାତ୍ ଟାଙ୍କୀ ମଧ୍ୟରୁ ଭୁସ୍ ଭୁସ୍ ଗ୍ୟାସ୍ ବାହାରିବାରୁ ୧୦ ରୁ ୧୫ ଫୁଟ ଦୁରରେ ଏକ ଜଳନ୍ତା ଚୁଲିରୁ ନିଆଁ ଗ୍ୟାସ ସଂସ୍ପର୍ଶରେ ଆସି ହୁତୁ ହୁତୁ ହୋଇ ଜଳିଥିଲା। ଏହିସମୟରେ ଗ୍ୟାସଟାଙ୍କୀ ନିକଟରେ ଥିବା ପ୍ରକାଶ ମହାରଣା(୪୮)ଙ୍କ ଦେହରେ ନିଆଁ ଗାଗି ଦେହର ଅନେକାଂଶ ପୋଡିଯାଉଥିବା ବେଳେ ପାଟିଶୁଣି ଉଧାର କରିବା ପାଇଁ ପୁତୁରା କାଳୁ ମହାରଣା ଉଦ୍ୟମ କରିଥିଲେ । ତେବେ ନିଆଁ ଧାସରେ ତାଙ୍କ ଶରୀର ସିଝି ଯାଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପରିବାର ଲୋକେ ପ୍ରକାଶ ମହାରଣା ଓ କାଳୁ ମହାରଣାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

0
0
0
s2sdefault