ନବରଙ୍ଗପୁର ତା ୧୮.୦୫.୨୦୨୬:ଅଶୋକ ସାହୁ,ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଡ ପ୍ରମୋଦ କୁମାର ପୃଷ୍ଟି,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବି ଡି ଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୨୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଏହି ଅବସରରେ ଜନଜାତି ସମ୍ପ୍ରଦାୟ ର ସାମୁହିକ ଉନ୍ନତି, ସଶକ୍ତି କରଣ , ଐତିହ ସମୃଦ୍ଧି ଏବଂ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଜନଜାତିୟ ଗରିମା ଉତ୍ସବ ୨୦୨୬ ଅନ୍ତର୍ଗତ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ କରାଯାଇଥିଲା।ଜନ ଭାଗିଦାରୀ "ସବୁଠାରୁ ଦୂର ସର୍ବପ୍ରଥମେ" ବିଶେଷ ସଚେତନତା କାର୍ଯକ୍ରମ ଆଜିଠାରୁ ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଚିହ୍ନଟ ଗ୍ରାମରେ ଜନଜାତି ହିତାଧିକାରୀଙ୍କ ପୂର୍ଣ୍ଣତା ଶିବିରରେ ଆଧାର କାର୍ଡ ସଂଯୋଗୀକରଣ, ରାସନ କାର୍ଡ,ଆୟୁଷ୍ମାନ ଯୋଜନା,ବ୍ୟାଙ୍କ୍ ଆକାଉଣ୍ଟ,ଜାତି ପ୍ରମାଣପତ୍ର ପ୍ରଦାନ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଶିକ୍ଷା,ସ୍ୱାସ୍ଥ୍ୟ,ଜୀବିକା,ପାନୀୟଜଳ,ପୋଷଣ,ସାମାଜିକ ସୁରକ୍ଷା,ଆବାସ ଗୃହ ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ରାଜ୍ୟ
ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
- Hits: 23







