ହେଡଲାଇନସ୍:

ଶ୍ରୀ ଭେଙ୍କଟେଶ୍ବର ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ : ପ୍ରଥମ ୧୦ ଟି ସ୍ଥାନ ରେ ସ୍ଥାନିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପରୀକ୍ଷା ରେ କୃତିତ୍ୱ ହାସଲ କରି ଶ୍ରେଷ୍ଠ ୧୦ ଟି ସ୍ଥାନ ରେ ରହି କଲେଜ ତଥା କାଶୀନଗର ବ୍ଲକ ପାଇଁ ଗୌରବ ଆଣିଥିବା ଜଣାଯାଇଛି।
ଭୂଗୋଳ ବିଭାଗ ରୁ ଅନେଶ୍ୱର ନାଇକା ଓ ସୂଚନା ଟେକ୍ନୋଲୋଜି ବିଭାଗ ରୁ ସ. ଭବାନୀ , ତୁଳସୀ ରାମ ନାୟକ , ତୁଷାର କାନ୍ତ ପଣ୍ଡା , ମହାପାତ୍ର ଶ୍ରୀଧର , ସନ୍ତୋଷ କୁମାର ଗୌଡ, ଜିଶିରିଲ ଶବର ପ୍ରମୁଖ କୃତିତ୍ୱ ହାସଲ କରିଛନ୍ତି। ଛାତ୍ର ଛାତ୍ରୀ ଙ୍କ ସଫଳତା ପଛରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ପଟ୍ଟନାୟକ ଙ୍କ ସହ IT ଅଧ୍ୟାପକ ରୋକମ୍ ରାଜେଶ କୁମାର ଓ ଭୂଗୋଳ ଅଧ୍ୟାପକ ଗୋପାଳ ଶବର ଙ୍କ ବିଶେଷ ଅବଦାନ ରହି ଥିବା କଲେଜ ପକ୍ଷ ରୁ ପ୍ରକାଶ କରା ଯାଇଛି।

0
0
0
s2sdefault