ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଚାନ୍ଦିପୁଟ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି।
ନିକଟରେ ସ୍ନାତକ ପରୀକ୍ଷାର ଆଇଆରପିଏମ୍ ବିଭାଗରେ ପ୍ରଥମ ଦଶ ଜଣ ମଧ୍ଯରୁ ୫ ଜଣ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ତୃତୀୟ ସ୍ଥାନରେ ମହେଶ୍ୱର ଦଳବେହେରା , ଚତୁର୍ଥ ସ୍ଥାନରେ ଆଶା ନାଏକ , ଷଷ୍ଠ ସ୍ଥାନରେ ଯୋଗେଶ ରାଇକା , ଅଷ୍ଟମ ସ୍ଥାନରେ ଗାବ୍ରିୟେଲ ରଇତ ଓ ନବମ ସ୍ଥାନରେ ଦାଉଦ ନାଏକ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କର ଏହି ବିରଳ କୃତିତ୍ୱ ପାଇଁ ମହାବିଦ୍ୟାଳୟର ଅଧ୍ଯକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ , ଆଇଆରପିଏମ୍ ବିଭାଗର ମୁଖ୍ଯ ଡ.ଅରୁଣ କୁମାର ସେନାପତି , ସନ୍ଧ୍ୟାରାଣୀ ଦୋରା ତଥା ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପିତାମାତାଙ୍କ ଆଶୀର୍ବାଦ ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗ ଏହି ମେଧାବୀ ଛାତ୍ରଛାତ୍ରୀ ମାନେ ନିଜ ସଫଳତାର ଶ୍ରେୟ ନିଜ ମନ୍ତବ୍ୟରେ କହିଛନ୍ତି।
ରାଜ୍ୟ
ଚାନ୍ଦିପୁଟ କଲେଜରେ ଛାତ୍ରଛାତ୍ରୀଙ୍କ ସଫଳତା
- Hits: 14







